ରାଜ୍ୟରେ ମରୁଡ଼ି ପଡ଼ିଛି ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ । ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ ଖାଲିଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟରେ ଓଡ଼ିଶା କ୍ୟାଡରରେ ୨୪୮ ଆଇଏଏସ୍ ପଦବୀ ଥିବାବେଳେ ମାତ୍ର ୧୮୨ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି ଏବଂ ୬୬ଟି ପଦବୀ ଖାଲି ରହିଛି ।

ସେହିପରି ରାଜ୍ୟରେ ସମୁଦାୟ ଆଇପିଏସ ପଦବୀ ସଂଖ୍ୟା ୧୯୫ ଥିବା ବେଳେ ୬୯ ଟି ପଦବୀ ଖାଲି ଅଛି । ୧୦ ଜଣ ଆଇପିଏସ ଅଧିକାରୀ ବର୍ତ୍ତମାନ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *