ଦିନକୁ ଦିନ ରାଜ୍ୟରେ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା । ପ୍ରତି ବର୍ଷ ଦୁର୍ଘଟଣାରେ ଯାଉଛି ହଜାର ହଜାର ଜଣଙ୍କ ଜୀବନ । ଏହି ସମ୍ପର୍କରେ ଆଜି ବିଧାନସଭା ଗୃହରେ ସନାତନ ମହାକୁଡ଼ ପଚାରିଥିବା ପ୍ରଶ୍ନରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ଦେଇ କହିଛନ୍ତି । ଏବର୍ଷ ସଡ଼କ ଦୁର୍ଘଟଣାରେ ୫ ହାଜର ୬୯୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୪୧୯ ଜଣ ଆହତ ହୋଇଛନ୍ତି । ସର୍ବାଧିକ

ସୁନ୍ଦରଗଡ଼ରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ୪୪୮ ଜଣ । ସେହିପରି ୫ ବର୍ଷରେ ୫୫ ହଜାର ୫୮୦ ଦୁର୍ଘଟଣା ଦୁର୍ଘଟଣା ହୋଇଥିବା ବେଳେ ୨୬ ହଜାର ୩୧୫ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *