ପ୍ରଥମ ପ୍ରସ୍ତାବ ଅନୁଯାୟୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି । ଗୁରୁବାର ସକାଳେ ଶ୍ରୀମନ୍ଦିରର ୪ ଦ୍ବାରା ଖୋଲାଯିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମଙ୍ଗଳ ଆଳତୀ ପରେ ସେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା ଏବଂ ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ଦ୍ୱାରଗୁଡ଼ିକୁ ଖୋଲାଯାଇଛି। ଚାରି ଦ୍ବାରା ଖୋଲିବା ଦ୍ବାରା ବିନା ବାଧାରେ ଶ୍ରୀମନ୍ଦିର ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁରୀ ସାଂସଦ ସମ୍ବିତ ପାତ୍ର, ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ଦଳର ଅନ୍ୟ ମନ୍ତ୍ରୀ ତଥା ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଦର୍ଶନ ପରେ ସେ ଶ୍ରୀମନ୍ଦିର ଚାରିପାଖ ପରିକ୍ରମା କରିଛନ୍ତି। ଏଥିସହ ଶ୍ରୀମନ୍ଦିର ଚତୁର୍ପାର୍ଶ୍ବର ସ୍ଥିତି ମଧ୍ୟ ପରଖିଛନ୍ତି। ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ଉପସ୍ଥିତିରେ ଆଜି ୪ ଦ୍ୱାର ଖୋଲାହୋଇଛି । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଶ୍ରୀମନ୍ଦିରର ଭିତର ଓ ବାହାର ସ୍ଥିତି ଅନୁଧ୍ୟାନ କରିଛୁ । ଶ୍ରଦ୍ଧାଳୁଙ୍କ ଅସୁବିଧା ନହେବାକୁ ପଦକ୍ଷେପ ନିଆଗଲା । ଏଥିସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ହୋଇଛି । ନୀତିକାନ୍ତିରେ କେମିତି ବାଧା ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି, ମହାପ୍ରଭୁଙ୍କ ଇଚ୍ଛାରେ ସବୁକିଛି ହୁଏ… ଆଗାମୀ ଦିନରେ ଶୃଙ୍ଖଳିତ ଦର୍ଶନ ହେବ ଓ ଧୀରେଧୀରେ ଅନ୍ୟାନ୍ୟ ସମସ୍ୟାର ବି ସମାଧାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ନିଷ୍ପତ୍ତି ରାଜ୍ୟ ସରକାର ନେଇଥିଲେ । ଏହା ଅନୁସାରେ ଗୁରୁବାର ସକାଳେ ମଙ୍ଗଳ ଆଳତି ପରେ ଉକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିଛି। ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକ ସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଥିଲେ। Post navigation ଲକ୍ଷ୍ମଣଙ୍କୁ କାଟି ସମ୍ପଦଙ୍କୁ ସାମିଲ୍ କଲା କିଏ? ରାଜ୍ୟ କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ପାଳିତ, ଖୋଲିଲା ଶ୍ରୀ ମନ୍ଦିରର ଚାରି ଦ୍ଵାର