4 arrested for attack on Ex-MLA Pranab Balabantaray’s supporters
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସରେ ଦଳୀୟ ବୈଠକ କରୁଥିବା ବିଜେଡି କର୍ମୀମାନଙ୍କୁ ଆକ୍ରମଣ କରିବା ଘଟଣାରେ ଜେନାପୁର ପୋଲିସ ଆଜି ଚାରି ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।
 
କହିରଖୁଛୁ ଯେ, ଗତକାଲି ବଳବନ୍ତରାୟଙ୍କ ଫାର୍ମ ହାଉସରେ ଘଟିଥିବା ରାଜନୈତିକ ହିଂସା କାଣ୍ଡ ଘଟଣାକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିନ୍ଦା କରିଛନ୍ତି ଏବଂ ଆକ୍ରମଣ ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନଥିବା ସେ କହିଛନ୍ତି ।
 
ଧର୍ମଶାଳା ବିଧାୟକଙ୍କ ଗିରଫ ଦାବି କରି ପୂର୍ବତନ ବିଧାୟକ ବଳବନ୍ତରାୟଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *