୪୮ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ରହିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଦ୍ୟୁତ୍ ଉପଖଣ୍ଡ ଅନ୍ତର୍ଗତ ପ୍ରାୟ ୩୦ରୁ ଅଧିକ ଗ୍ରାମ । ବିଦ୍ୟୁତ୍ ନଥିବା ସହ ପ୍ରଚଣ୍ଡ ଗରମରେ ଗ୍ରାମବାସୀ ଝାଡ଼ା ବାନ୍ତିର ଶିକାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ମନମୁଣ୍ଡା ବିଦ୍ୟୁତ୍ ଉପଖଣ୍ଡ ଅନ୍ତର୍ଗତ ଝିଙ୍କରପାଲି, ଘୁଲୁଘୁଲାପଦର, ଜୁନାନି, ଦପଲା, ଗୁଆବାହାଲ, ଆମ୍ବପାଲି, ଖମ୍ବସିରିପାଲି, ନୂଆଁପଡ଼ା, ରୁଗୁଡ଼ିପାଲି, ଡେଙ୍ଗପଦର, କୁଣ୍ଡାମାଲ, ମଲ୍ଲିକପଦର ଆଦି ଗ୍ରାମ ଅନ୍ଧାରରେ ରହିଥିବା ଜଣାପଡିଛି । ଏନେଇ ମନମୁଣ୍ଡା ବିଦ୍ୟୁତ୍ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଉଠାଇ ନ ଥିବା ଜଣାପଡ଼ିଛି। ଅନ୍ୟପଟେ ବିଦ୍ୟୁତ୍ ନ ଥିବାରୁ ଡେଙ୍ଗପଦର ଗ୍ରାମର ପଞ୍ଚାନନ ସାହୁଙ୍କ କୁକୁଡ଼ା ଫାର୍ମର ପ୍ରାୟ ୯୦୦୦ରୁ ଅଧିକ କୁକୁଡ଼ା ଅସହ୍ୟ ଗରମ ସହ୍ୟ କରିନ ପାରି ପ୍ରାଣ ହରାଇଛନ୍ତି। Post navigation 15 IPS Officers Assigned To Oversee 17 Districts: ୧୫ IPS ଅଫିସରଙ୍କୁ ମିଳିଲା ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ Union Cabinet passes resolution lauding PM Modi for becoming longest-serving elected PM