ବ୍ରହ୍ମଗିରି : ବାରମ୍ବାର ନିର୍ବାଚନ ଆଚରଣ ଆଇନ ଉଲଙ୍ଘନ କରୁଚି ବିଜୁ ଜନତା ଦଳ । ବ୍ରହ୍ମଗିରି ବିଜୁ ଜନତାଦଳର କିଛି ନାରୀନେତ୍ରୀ ମାନେ ମିଶନ ଶକ୍ତିର ମହିଳା ମାନଙ୍କୁ ଭୋଟ ଦେବା ପାଇଁ ଲୋଭ ଦେଖାଇ ଶାଢ଼ୀ ବାଣ୍ଟିଛନ୍ତି ।

ବ୍ରହ୍ମଗିରି ବିଜୁ ଜନତାଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟଙ୍କ ପାଇଁ ମହିଳା ମାନଙ୍କୁ ଟଙ୍କା ଏବଂ ଶାଢୀ ବାଣ୍ଟିବା ସମୟରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ହାତରେ ଧରା ପଡିଛନ୍ତି । ଫ୍ଲାଇଙ୍ଗ ସ୍କ୍ୱାର୍ଡ ହାତରେ ଧରା ହେବା ପରେ ଏହି ମହିଳା ମାନେ ପୋଲିସକୁ ଧମକ ଦେଉଛନ୍ତି । ଏହି ମହିଳା ମାନଙ୍କ ମଧ୍ୟରେ ମାନସୀ ହରିଚନ୍ଦନ , ସସ୍ମିତା ମଙ୍ଗରାଜ, ସସ୍ମିତା ସାହୁଙ୍କ ସହିତ ଅନେକ ମହିଳା ଏହି ଶାଢ଼ୀ ଓ ଟଙ୍କା ବଣ୍ଟନ କାର୍ଯ୍ୟରେ ସଂପୃକ୍ତ ଥିବା ଜଣା ପଡିଛି ।

ଗତ କିଛି ଦିନ ତଳେ ବିଜୁ ଜନତା ଦଳର ଜଣେ ନେତ୍ରୀ କଟକରେ ଟଙ୍କା ସହ ଧରା ପଡ଼ିଥିଲେ । ହେଲେ ପୋଲିସ ତାଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ନ କରି ଛାଡି ଦେଇଥିଲେ । ଏପରି ଅନେକ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି । କୁହାଯାଉଛି କି, ବିଜେଡି ହାରିବା ଭୟରେ ସାଧାରଣ ଲୋକଙ୍କୁ ଏପରି ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ଉଦ୍ୟମ କରୁଛି ।

By Nirvay

Leave a Reply

Your email address will not be published. Required fields are marked *