ଦିନକୁ ଦିନ କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୃହରେ ଆଳିର ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ଲିଖିତ ପ୍ରଶ୍ନର କେନ୍ଦ୍ରାପଡାରେ ବ୍ରାହ୍ମଣୀ ବୈତରଣୀ ଏବଂ ଖରସ୍ରୋତା ନଦୀରେ ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ କେତେ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ କୁମ୍ଭୀର ନଦୀରୁ ବାହାରି ଉପରମୁହାଁ ହେବାର କାରଣ କଣ ? ଏହି ପ୍ରଶ୍ନର ଉତ୍ତରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି କେନ୍ଦ୍ରାପଡାରେ ଗତ ୫ ବର୍ଷରେ ୨୨ ଜଣଙ୍କ ଜୀବନ କୁମ୍ଭୀର ଆକ୍ରମଣରୁ ଯାଇଛି । ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାରେ କୁମ୍ଭୀରଙ୍କ ଆତଙ୍କ ବଢ଼ିଛି ।ବ୍ରାହ୍ମଣୀ ବୈତରଣୀ ଏବଂ ଖରସ୍ରୋତା ନଦୀରେ ୨୦୧୯-୨୦ ରୁ ୨୦୨୩-୨୪ ଯାଏଁ ମୋଟ ୨୨ ଜଣଙ୍କୁ ମାରିଛି କୁମ୍ଭୀର । ଏବଂ ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି କାରଣରୁ କୁମ୍ଭୀର ଉପରମୁହାଁ ହୋଇଥାନ୍ତି । Post navigation ୫ ମାସ ମଧ୍ୟରେ ଓଡିଶାରେ ହୋଇଛି ୪୦ ହାତୀଙ୍କ ମୃତ୍ୟୁ ନୌସେନା ଦିବସରେ ପୁରୀରେ ୧୦ ଦିନିଆ ସାମୁଦ୍ରିକ ମାଛଧରା ନିଷେଧାଦେଶ ଜାରି