Day: 17 May 2024

ଖଲ୍ଲିକୋଟ ହିଂସା ଘଟଣାରେ ତଦନ୍ତ କରିବ ଏସଆଇଟି

ଗଞ୍ଜାମ ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସଆଇଟି । ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ଘଟଣାର ପୁଙ୍ଖୁନାପୁଙ୍ଖ ତଦନ୍ତ କରିବ। ଏହି…

ମୋଦି ଚାଉଳ ଦେଉଛନ୍ତି, ତମେ ଡାଲି  ଲୁଣ ଦେଇଥାନ୍ତ: ହିମନ୍ତ ବିଶ୍ୱଶର୍ମା

ଗଞ୍ଜାମ : ଶୁକ୍ରବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ବିଜେପିର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ପ୍ରଚାର ସଭାର ଆରମ୍ଭ ଓଡ଼ିଆରୁ ଭାଷଣ କରିଥିଲେ । ସେ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିବେ ମୋଦି

୧୯ ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିଦିନ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ହେବ । ନିର୍ବାଚନକୁ ନେଇ…

୩ୟ ଥର ସୁପ୍ରିମକୋର୍ଟ ବାର ଆସୋସିଏସନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବାର ଆସୋସିଏସନର ନୂତନ ଅଧ୍ୟକ୍ଷ ହେଲେ କପିଲ ସିବଲ । ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ଓକିଲ କପିଲ ସିବଲ ବିଜୟ ହୋଇଛନ୍ତି । ନିର୍ବାଚନରେ ୧୦୬୬ ଭୋଟ ପାଇଁ ସେ ତାଙ୍କର ନିକଟତମ…

ସମ୍ବଲପୁର ସଭାରେ ଗଙ୍ଗାଧର ମେହେରଙ୍କୁ ପାଣ୍ଡିଆନଙ୍କ ଅପମାନ

ବିଜେଡିର ଅଣଓଡ଼ିଆ ପ୍ରୀତି ପାଇଁ ବାରମ୍ବାର ଅସମ୍ମାନିତ ହେଉଛନ୍ତି ଆମ ବରପୁତ୍ର। ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର ‘କଣ୍ଠକବି’ ଉଚ୍ଚାରଣ କରି ଅସମ୍ମାନ କରିଥିଲେ ଉପସ୍ଥାପିକା। ଆଉ ଆଜି ସମ୍ବଲପୁର ସଭାରେ ସ୍ବଭାବ…

ସାଲିଆ ସାହିରେ ହେମାମାଳିନୀଙ୍କ ପ୍ରଚାର

ରାଜଧାନୀ ଭୁବନେଶ୍ବରରେ ପହଞ୍ଚିବା ପରେ ଆଜି ମଧ୍ୟାହ୍ନରେ ସାଲିଆ ସାହିରେ ପ୍ରଚାର କରିଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ । ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ସେ ଆଜି ଓଡ଼ିଶା ଆସିଛନ୍ତି । ପ୍ରଥମେ ସେ ଭୁବନେଶ୍ବର…

ସମ୍ବଲପୁରରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନବୀନ

ଆଜି ସମ୍ବଲପୁରରେ ପହଞ୍ଚି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ଆଣିଥିବା ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା…

ବଲାଙ୍ଗୀର ଜିଲ୍ଲାରେ ବିଜେପି କର୍ମୀଙ୍କୁ ଆକ୍ରମଣ

ବଲାଙ୍ଗିର ଜିଲ୍ଲାରେ ରାଜନୈତିକ ହିଂସା। ସଇଁତଳା ଥାନା ଡୁଙ୍ଗୁରିପାଲିରେ ୨ଜଣ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତ କର୍ମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଚନାମୁତାବକ, କାଲି ରାତିରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ତାଙ୍କ…

ଆଜି ସମ୍ବଲପୁର ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ

ସମ୍ୱଲପୁର: ଆଜି ସମ୍ବଲପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ପ୍ରଥମେ ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଏଥିପାଇଁ…

ଗଞ୍ଜାମରେ ନିର୍ବାଚନ ପାଇଁ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ

ଗଞ୍ଜାମ ଜିଲାରେ ନିର୍ବାଚନୀ ହିଂସା ବୃଦ୍ଧିକୁ ଦୃଷ୍ଟିରେ ରଖି ମେ’ ୨୦ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିର୍ଦେଶ ଦେଇଛନ୍ତି…