ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏକ ବଡଧରଣର ଅଘଟଣ ଘଟିଛି। ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି। ମହାପ୍ରଭୁ ଚାପ ଖେଳିବା ସମୟରେ ବାଣ ଫୁଟାଯାଇଥିଲା, ଏତିକି ବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ନିଆଁ ଛିଟିକି ପଡ଼ିଥିଲା। ଫଳରେ ସେଠାରେ ଥିବା ଲୋକେ ଆହତ ହୋଇଛନ୍ତି।

ଦେବୀଘାଟ ପଟେ ବାଣ ଫୁଟିବାର ବ୍ୟବସ୍ଥା କରାଯାଇଥିଲା। ଏକ ବେଳେ ଏକାଧିକ ବାଣ ଫୁଟିବାରୁ ଏହି ଅଘଟଣ ଘଟିଛି । ୧୫ ଗୁରୁତର ଭାବେ ଆହତ ହୋଇଥିବାବେଳେ ଏକ ୩ ବର୍ଷର ଶିଶୁ ମଧ୍ୟ ରହିଛି । ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସମସ୍ତ ଗୁରୁତରଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନଥିବାରୁ ଅସନ୍ତୋଷ । କାନ୍ଦ ବୋବାଳିରେ ଫାଟି ପଡୁଛି ମେଡିକାଲ ପରିସର । ପୁରୀରେ ବର୍ଣ୍ଣ ୟୁନିଟ ନଥିବାରୁ ଆହତମାନଙ୍କୁ ୧୮ ଜଣଙ୍କୁ କଟକ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଉଛି ।

 

 

 

By SonaliP

Leave a Reply

Your email address will not be published. Required fields are marked *