ବାଲେଶ୍ୱର ଜିଲ୍ଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନରେ କଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍‌ ଧକ୍କାରେ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ ବାହାନଗା ନିକଟସ୍ଥ ଅଞ୍ଚଳର ବୋଲି ଜଣାପଡିଛି। ଆଜି ସକାଳେ ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଯୁବକ ଦ୍ୱୟଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଜିଆରପିକୁ ଖବର ଦେଇଥିଲେ। ଜିଆରପି ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *