ରାଜ୍ୟରେ ୩ ବର୍ଷରେ ୧୭ ହଜାର ୭୫୮ ହୋଇଛି ଆତ୍ମହତ୍ୟା । ୨୦୨୧ରୁ ୨୦୨୩ ମଧ୍ୟର ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ । ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତର ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟରେ ୩ ବର୍ଷରେ ମୋଟ ୧୭ ହଜାର ୭୫୮ ଆତ୍ମହତ୍ୟା ମାମଲା ପଞ୍ଜୀକୃତ ହୋଇଛି। ୧୭ ହଜାର ୭୫୮ ଆତ୍ମହତ୍ୟା ମାମଲା ମଧ୍ୟରେ ୨୧୮ ଛାତ୍ର, ୨୬୩ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ରହିଥିବା ବେଳେ ୨୦୨୩ରେ ସର୍ବାଧିକ ୧୦୪ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେହିପରି ୩ ବର୍ଷରେ ୪ ଚାଷୀ ଆତ୍ମହତ୍ୟା କରିଛନ୍ତି ।

Leave a Reply

Your email address will not be published. Required fields are marked *