ଓଡ଼ିଶାରେ କମୁଛି ଶିକ୍ଷାର ମାନ । ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶାରେ ଏକକ ଶିକ୍ଷକ ଥିବା ବିଦ୍ୟାଳୟ ସଂଖ୍ୟା ପ୍ରାୟ ୩୪ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର UDISE+ ରିପୋର୍ଟରେ ଏହି ପରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ୍ ସିଷ୍ଟମ୍ ଫର୍ ଏଡୁକେସନ୍ ପ୍ଲସ୍ (UDISE+) ରିପୋର୍ଟ ଅନୁଯାୟୀ ସାରା ଭାରତରେ, ଗୋଟିଏ ଲକ୍ଷରୁ ଅଧିକ ସ୍କୁଲ କେବଳ ଜଣେ ଶିକ୍ଷକଙ୍କ ସହିତ ଚାଲୁଥିବା ବେଳେ ଓଡ଼ିଶାରେ ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ୍ । ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲ୍ରେ ପଢ଼ୁଛନ୍ତି ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ । ପୂର୍ବ ବର୍ଷ ତୁଳନାରେ ୨୦୨୫-୨୬ ବର୍ଷ ତାଲିକାରେ ଯୋଡ଼ି ହୋଇଛି ୩୬୯ ସ୍କୁଲ୍ । ଅର୍ଥାତ୍ ଜଣେ ଶିକ୍ଷକ ଥିବା ସ୍କୁଲ୍ ସଂଖ୍ୟା ବର୍ଷକରେ ବଢ଼ିଛି ୩୪% । ଏଥିସହିତ ପାଠ ପଢ଼ା ସହ ଜନଗଣନା, ନିର୍ବାଚନ ଓ ବିପର୍ଯ୍ୟୟ ମୁକାବିଲା ବି କରୁଛନ୍ତି ଶିକ୍ଷକ । ତେଣୁ ଜଣେ ଶିକ୍ଷକରେ କିପରି ଚାଲିଛି ଶିକ୍ଷାଦାନ ତାହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। Post navigation Panchayat Municipal Elections: ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଓଡ଼ିଶା ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ Anganwadi Management Committee in Odisha: ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ଗଠନ ହେବ ଅଙ୍ଗନବାଡ଼ି ପରିଚାଳନା କମିଟି