ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ଭୟଙ୍କର ଅଗ୍ନିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଭିତରେ ଫସି ରହିଥିବା ଅନେକ ପିଲା ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରଥମ ମହଲାରୁ ତଳକୁ ଡେଇଁପଡ଼ିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଆଠଟି ଦମକଳ ଗାଡି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେବି ଏକାଧିକ ଛାତ୍ରଛାତ୍ରୀ ବିଲ୍ଡିଂରେ ଫସି ରହିଥିବା ଜଣାପଡ଼ିଛି । ଅପରପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବା ସହ ଅଗ୍ନିକାଣ୍ଡର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଯାଞ୍ଚ କରାଯାଇଛି । Post navigation Couple’s Obscene Acts Inside Samaleswari Temple: ମା’ ସମଲେଇଙ୍କ ପୀଠରେ ପ୍ରେମୀଯୁଗଳଙ୍କ ଅଶ୍ଳୀଳ ଆଚରଣ; ଭିଡିଓ ଭାଇରାଲ