ସମଗ୍ର ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ସମୁଦ୍ର ଅଶାନ୍ତ ଥିବା ବେଳେ ମାଛ ଧରିବାକୁ ଯାଇଥିବା ଦୁଇଟି ବୋଟ ସମୁଦ୍ର ମଝିରେ ଅଚଳ ହୋଇଯାଇଛି। ଫଳରେ ପାରାଦୀପ ମହାନଦୀ ମୁହାଣରେ ୧୪ ମତ୍ସ୍ୟଜୀବୀ ଫସିରହିଛନ୍ତି। ତେବେ ଗୋଟିଏ ବୋଟ୍‌କୁ ଉଦ୍ଧାର କରିବାକୁ ଯାଇ ଆଉ ଏକ ବୋଟ ଫସିରହିଛି। ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବା ଦଉଡ଼ି ଛିଡ଼ି ଯାଇଥିଲା। ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍ ଫସିରହିଥିଲା। ଫସିଥିବା ଏହି ୨ଟି ବୋଟ୍‌କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଉଦ୍ୟମ ଜାରି ରଖିଥିବା ବେଳେ ଏବେ ଯାଏ ସଫଳ ହୋଇନାହାନ୍ତି।

Leave a Reply

Your email address will not be published. Required fields are marked *