ରାଜ୍ୟରେ ଦେଢ଼ ବର୍ଷରେ ମଲେଣି ୧୧୪ ହାତୀ। ଏ ନେଇ ବିଧାନସଭାରେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ୨୦୨୪-୨୫ ଏବଂ ୨୦୨୫-୨୬ (ସେପ୍ଟେମ୍ବର ପର୍ଯ୍ୟନ୍ତ) ମଧ୍ୟରେ ହାତୀ ମୃତ୍ୟୁର ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ବିଭିନ୍ନ କାରଣରୁ ମୋଟ ୧୧୪ ହାତୀଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ୪୨ ଓ ବିଭିନ୍ନ ରୋଗରେ ୨୯ ହାତୀ ମୃତ ହୋଇଛି। ଶିକାରୀଙ୍କ ଦ୍ୱାରା ୬, ଲୋକଙ୍କ ପ୍ରତିଶୋଧ ପରାୟଣରେ ୩ ହାତୀ ମୃତ ହୋଇଛି । ସେହିପରି ରେଳ ଦୁର୍ଘଟଣାରେ ୪, ପ୍ରାକୃତିକ କାରଣରେ ୧୭ ହାତୀ ମୃତ ହୋଇଥିବା ବେଳେ ନଦୀ, ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ଟି ହାତୀ ମୃତ ହୋଇଛି । ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ଏବଂ ହାତୀ ସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉଛନ୍ତି। Post navigation Naveen Patnaik targets BJP Govt: ବିଜେଡି ଚାଷୀ ସମାବେଶରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବୋଧନ Panchayat Elections: ଫେବ୍ରୁଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବ ନାହିଁ ପଂଚାୟତ ନିର୍ବାଚନ: ରବି ନାୟକ