ଓଡ଼ିଶାର ଗୌରବମୟ ଇତିହାସର ପ୍ରତୀକ ‘ପାଇକ ବିଦ୍ରୋହ’ର ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ୯୦ କୋଟି ଟଙ୍କା ବ୍ୟବସ୍ଥା କରିବା ସହ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ଜମି ଯୋଗାଇ ଦେଇଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ପଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆ ଅଏଲ୍ ଫାଉଣ୍ଡେସନ୍ ତା’ର ସିଏଚ୍ଆର ପାଣ୍ଠିରୁ ୯୦ କୋଟି ଟଙ୍କା ମଞ୍ଜୁର କରିଛି। ଏହି ପ୍ରକଳ୍ପର ନିର୍ମାଣ ପାଇଁ ୨୦୧୯ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ଓଡ଼ିଶା ସରକାର ଏହି ପ୍ରକଳ୍ପ ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ୬୮୫ ଡିସିମିଲ ଜମି ମାଗଣାରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ଵରସ୍ଥିତ ଏଏଇ ସଂସ୍ଥା ଏହି ଜମି ଦଖଲକୁ ନେଇଛି। ଏହି ପ୍ରକଳ୍ପ ଲାଗି ଭିରିଭୂମି ବିକାଶ କାମ ୨୦୨୫ ସେପ୍ଟେମ୍ବର ୯ ତାରିଖରେ ମେସର୍ସ ମନୋରମା କନ୍ଷ୍ଟ୍ରକ୍ଟନ୍କୁ ଦିଆଯାଇଛି। ଏଏଇ ପ୍ରକଳ୍ପ ସ୍ଥଳର ସର୍ଭେ ସହିତ କେଉଁଠି କ’ଣ କାମ ହେବ, କେଉଁ ସ୍ଥାନରେ ଦପ୍ତର ଚାଲିବ ଓ କିପରି କୁଆଡ଼ୁ ପ୍ରକଳ୍ପ ଲାଗି ସାମଗ୍ରୀ ଆସିବ ସେ ସଂକ୍ରାନ୍ତରେ କାମ କରୁଛି । ଇତିମଧ୍ୟରେ ଏଠାରେ ସଡ଼କ ନିର୍ମାଣ ଓ ବିଦ୍ୟୁତ ସଂକ୍ରାନ୍ତୀୟ କେତେକ କାର୍ଯ୍ୟ ସଂପାଦିତ ହୋଇଛି । ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ୍ ଏହି ପ୍ରକଳ୍ପ ନିର୍ମାଣକୁ ତଦାରଖ କରୁଛନ୍ତି। ଦିଲୀପ ରାୟ ଏକ ବିବୃତିରେ କହିଛନ୍ତି ଯେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉତ୍ସବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଳନ କରିଥିଲେ । ଏହି ଅବସରରେ ବରୁଣେଇ ପାଦଦେଶରେ ଭବ୍ୟ ପାଇକ ସ୍ମାରକ ନିର୍ମାଣ ପାଇଁ ପ୍ରସ୍ତାବ ଉଠିଥିଲା। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ପ୍ରମୁଖ ଦିଲ୍ଲୀରୁ ଭୁବନେଶ୍ଵର ପର୍ଯ୍ୟନ୍ତ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତର ମୁକ୍ତି ସଂଗ୍ରାମର ଗୌରବଗାଥା ସହିତ ପାଇକ ବିଦ୍ରୋହ ଜଡ଼ିତ । ଏ ପରିପ୍ରେକ୍ଷୀରେ ପାଇକ ସ୍ମାରକୀ ପ୍ରକଳ୍ପ ନିର୍ମାଣ କାମ ୭ବର୍ଷ ଧରି ଚାଲିବା ଦୁଃଖଦାୟକ । କେନ୍ଦ୍ର ସରକାର ଏହି ବ୍ୟାପାରରେ ହସ୍ତକ୍ଷେପ କରିବା ସଂଗେସଂଗେ ଏହି ପ୍ରକଳ୍ପ ଲାଗି କିଭଳି ଅଧୁକ ଜମି ଓ ଅର୍ଥ ବ୍ୟବସ୍ଥା ହୋଇପାରିବ ଏବଂ ତାହା ବର୍ଷକ ଭିତରେ ଲୋକାର୍ପିତ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ସାଂସଦ ଦିଲୀପ ରାୟ ନିବେଦନ କରିଛନ୍ତି । Post navigation CWG 2026: जेवलिन फाइनल में पहुंचे नीरज चोपड़ा, रोहित यादव और यश वीर सिंह