ଦଶହରାରେ କିଏ ଖୁସି ମନାଉଛି ଡ ଆଉ କାହା ପାଇଁ ଆଣିଛି ଦୁଃଖର ପାହାଡ । ୮ ମହଲା ଆପାର୍ଟମେଣ୍ଟରୁ ଡେଇଁ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହେବା ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଖାରବେଳନଗର ଥାନା ଅଞ୍ଚଳରେ । ମୃତ ଯୁବ ଇଞ୍ଜିନିୟର ହେଲେ ରୋହିତ ଜେନା । ତାଙ୍କ ଘର ବ୍ରହ୍ମପୁରରେ ବୋଲି ଜଣାପଡିଛି ।

ଏନେଇ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର କହିଛନ୍ତି ଯେ, ପ୍ରେମ ବ୍ୟାପାରରୁ ସେ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଖୋଳତାଡ କରିବା ସହ ରୋହିତଙ୍କ ମୋବାଇଲ ଫୋନକୁ ଯାଞ୍ଚ କରୁଛି । ତାଙ୍କୁ କେଉଁ କେଉଁ ମାନେ କଲ କରିଥିଲେ ଓ ଆଉ ମେସେଜ କରିଥିଲେ ତାର ଖୋଳତାଡ କରୁଛି କମିଶନରେଟ୍ ପୋଲିସ।

ସୂଚନାଯୋଗ୍ୟ ଖାରବେଳନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ରହିଥିବା ନବ କୁମାର ଜେନାଙ୍କ ତାଙ୍କର ସାନ ପୁଅ ରୋନିତ ଜେନା ଗତ ୧୨ ତାରିଖରେ ଜୀବନ ହାରିଛନ୍ତି । ନବରାତ୍ରରେ ମା’ଙ୍କ ଦର୍ଶନ କରାଇବା ପାଇଁ ନବମୀ ଦିନ ନିଜ ମା’ଙ୍କୁ ସାଙ୍ଗରେ ଧରି ଭୁବନେଶ୍ବର ବିଭିନ୍ନ ମଣ୍ଡପ ବୁଲାଇଥିଲେ ରୋନିତ । ଆଉ ଆସିବା ପରେ ବିଳମ୍ବିତ ରାତିରେ ସେ ଜାବନ ହାରିଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରୁନାହନ୍ତି ପରିବାର ।

ରୋନିଡଙ୍କ ସାଙ୍ଗଙ୍କ କହିବା ଅନୁସାରେ, ରୋନିତ କଲେଜର ଜୁନିୟର ଛାତ୍ରୀଙ୍କୁ ଭଲ ପାଉଥିଲେ । କିଛି ଦିନ ହେବ ତାଙ୍କର ବ୍ରେକ ଅପ ହୋଇଥିଲା । ଯାହାକୁ ନେଇ ସେ ଚିନ୍ତାଗ୍ରସ୍ତ ରହୁଥିଲେ । ଅନେକ ଟଙ୍କା ଧାର ଉଧାର କରିଥିଲେ । ଏବେ ପୂଜା ପାଇଁ ବ୍ରହ୍ମପୁର ଆସିବା ପୂର୍ବରୁ ଜଣେ ସାଙ୍ଗ ହାତରେ ନିଜ ପ୍ରେମିକା ପାଇଁ ଏକ କାନଫୁଲ ମଧ୍ୟ ଉପହାର ପଠାଇଥିଲେ । ତେଣୁ ପ୍ରେମ ସମ୍ପର୍କକୁ ନେଇ ସେ ଜୀବନ ହାରିଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି । ସେପଟେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

 

Leave a Reply

Your email address will not be published. Required fields are marked *