କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଅନୁଷ୍ଠିତ ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପାକିସ୍ତାନକୁ ୮୮ ରନ୍ରେ ପରାସ୍ତ କରି ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍ର ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା । ଜବାବରେ ପାକିସ୍ତାନ ଦଳ ୧୫୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଏହା ସହିତ ଭାରତ, ପାକିସ୍ତାନ ବିପକ୍ଷରେ ୧୨ଟି ଦିନିକିଆ ଖେଳି ସବୁ ଜିତିବାର ଐତିହାସିକ ସଫଳତା ହାସଲ କରିଛି । ଭାରତୀୟ ଖେଳାଳି କ୍ରାନ୍ତି ଗୌଡ଼ ତିନୋଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍ ହାସଲ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ । କହିରଖୁଛୁ ଯେ, ମହିଳା ଦିନିକିଆ ବିଶ୍ୱକପ୍ର ତ୍ରୟୋଦଶ ସଂସ୍କରଣ ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି । ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ଉତ୍ତେଜନା ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଛି । ଏସିଆ କପ୍ରେ ପାକିସ୍ତାନ ପୁରୁଷ ଦଳ ସହ ଭାରତୀୟ ଖେଳାଳି ୩ଟି ଯାକ ମ୍ୟାଚ୍ରେ ହାତ ମିଳାଇ ନଥିଲେ । ସେହିଭଳି ମ୍ୟାଚ୍ ପୂର୍ବରୁ ଟସ୍ ସମୟରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଓ ପାକିସ୍ତାନ ଅଧିନାୟକ ଫାତିମା ସାନା ହାତ ମିଳାଇ ନଥିଲେ । ମ୍ୟାଚ୍ ଶେଷ ହେବା ପରେ ମଧ୍ୟ ଉଭୟ ଦଳର ଖେଳାଳିମାନେ ହାତ ମିଳାଇ ନଥିଲେ । Post navigation ଦେଶରେ କଫ୍ ସିରପ୍ ଯୋଗୁଁ ଶିଶୁ ମୃତ୍ୟୁ ଘଟଣା; ଆଜି ଅପରାହ୍ଣ ୪ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଜରୁରୀ ବୈଠକ