ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ଯୋଜନା ନିଶ୍ଚୟ ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟରେ ଅଛି । ତେଣୁ କେଉଁମାନଙ୍କୁ ଏହିି ଯୋଜନାର ସୁଫଳ ମିଳିବ ତାହା ଏବେ କହିବା ଠିକ ନୁହେଁ । ତେଣୁ ଯାହା ସଠିକ୍ ଖବର ତାକୁହିଁ ଲୋକଙ୍କ ପାଖରେ ପହଞ୍ଚାଯାଉ କିନ୍ତୁ କୌଣସି ମନଗଢା କି ଉଡା ଖବରକୁ ପ୍ରସାର ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ପ୍ରଭାତୀ ପରିଡା ।

ସେ ଆଉ ମଧ୍ୟ କହିଛନ୍ତି ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ନିଶ୍ଚୟ ମିଳିବ। ଯାହା ଭାଜପା ସଂକଳ୍ପ ପତ୍ରରେ ଥିଲା, କ୍ୟାବିନେଟ ଏହାକୁ ସ୍ବୀକୃତି ଦେଇଛି । ତେଣୁ ଏହାର ପ୍ରକିୟାକୁ ଯଥାଶୀଘ୍ର ଶେଷ କରାଯାଇ ମହିଳାଙ୍କ ପାଖରେ ପହଞ୍ଚାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।

 

Leave a Reply

Your email address will not be published. Required fields are marked *