ଗତକିଛି ଦିନ ହେବ ବିଭିନ୍ନ ଜିଲ୍ଲାରେ ଦୁଷ୍କର୍ମ ବା ଗଣଦୁଷ୍କର୍ମର ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଲାଇସାରିଲାଣି । ଏହାରି ମଧ୍ୟରେ ପୁଣି ଯୁବତୀଙ୍କୁ ଅସଦାଚରଣ ଘଟଣା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ନିଶାସକ୍ତ ଯୁବକ ଯୁବତୀ ଜଣଙ୍କୁ ଟଣାଓଟରା କରିବା ସହିତ ମୋବାଇଲ ଛଡାଇ ନେଇଯାଇଥିବା ଜଣାପଡିଛି । ଯୁବତୀ ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ନିଶାସକ୍ତ ଯୁବକଙ୍କୁ କାବୁ କରିଥିଲେ । ଏନେଇ ଯୁବତୀ କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ; କ୍ୟାପିଟାଲ ଥାନା ଅଧୀନ ଏଜି ଛକରେରେ ଥିବା ମନ୍ତ୍ରୀ ଓ ଆଇଏଏସଙ୍କ କ୍ୱାର୍ଟର ସମ୍ମୁଖରେ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଛି। ମୋବାଇଲ ଛଡ଼ାଇବା ସହ ଦୁଷ୍କର୍ମ ଉଦ୍ୟମ କରିବାକୁ ପାଚେରୀ ନିକଟ ଅନ୍ଧାରକୁ ଟାଣି ନେଇଥିଲା ନିଶାଖୋର ଯୁବକ । ସେହି ସମୟରେ ଯୁବତୀ ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ନିଶାସକ୍ତ ଯୁବକଙ୍କୁ କାବୁ କରିଥିଲେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ନିଶାସକ୍ତ ଯୁବକ ଓ ଯୁବତୀଙ୍କୁ କ୍ୟାପିଟାଲ ଥାନାକୁ ଆଣିଥିଲା । ଏହା ପରେ ଅସଦାଚରଣ ନେଇ କ୍ୟାପିଟାଲ ଥାନାରେ ଯୁବତୀ ଏତଲା ଦେଇଥିଲେ । ଏହା ପରେ ପୋଲିସ ଘଟଣାର ତଦନ୍ତ କରିଥିଲା । ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି । Post navigation ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାକୁ ହାଇକୋର୍ଟଙ୍କ ଝଟକା ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ଆଉ ୨ଟି ନୂଆ ବାଟାଲିୟନ୍