ଆସନ୍ତା ନଭେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଚଳିତ ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ସେଥିମଧ୍ୟରୁ ଡିସେମ୍ବର ୧, ୮, ୧୫, ୨୨ ଏବଂ ୨୯ ରବିବାର ପଡ଼ୁଥିବାରୁ ଏହି ଦିନମାନଙ୍କରେ ଗୃହ କାର୍ଯ୍ୟ ବନ୍ଦ ରହିବ । ସେହିପରି ବଡ଼ ଦିନ ପାଇଁ ଡିସେମ୍ବର ୨୫ ମଧ୍ୟ ଛୁଟି ରହିବ । ଅନ୍ୟପଟେ ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରଥମ ଥର ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ସେଥିପାଇଁ ଏହା ଉପରେ ଜନସାଧାରଣଙ୍କର ନଜର ରହିଛି । Post navigation ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ମିଳିବ ‘ସୁଭଦ୍ରା’ ଟଙ୍କା କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି