ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ୁଥିବା ହିଞ୍ଜିଳି ଓ କଣ୍ଟାବାଞ୍ଚି ଆସନରେ ବି ମତଦାନ ହେଉଛି। ଷଷ୍ଠ ଥର ବିଜେଡି ବିଜୟୀ ହୋଇ ରେକର୍ଡ଼ କରିବ ବୋଲି ଆଶାବାଦୀ ରହିଥିବା ବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ କଣ୍ଟାବାଞ୍ଚିରୁ ଲଢ଼ୁଛନ୍ତି।

ଏହି ଦୁଇଟି ଆସନ ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୯ ରେ ଏହି ଆସନ କଂଗ୍ରେସ ହାତକୁ ଯିବା ସହ ସନ୍ତୋଷ ସିଂ ସାଲୁଜା ଏଠି ବିଧାୟକ ହୋଇଥିଲେ। ଏଥର ମଧ୍ୟ ସାଲୁଜାଙ୍କୁ ପୁଣି କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବିଜେଡ଼ି ପକ୍ଷରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି ସେହିପରି ବିଜେପି ଲକ୍ଷ୍ମଣ ବାଗଙ୍କୁ ମଇଦାନକୁ ଓହ୍ଲାଇଛି।

ଏଠାରେ କଂଗ୍ରେସ ସ୍ଥିତି ଏବେ ଦୁର୍ବଳ ରହିଥିବା ବେଳେ ସାଲୁଜାଙ୍କ ହାରିବା ଏକପ୍ରକାର ଥୟ ହୋଇଛି। ଅନ୍ୟପଟେ କଂଗ୍ରେସର ସିଂହ ଭାଗ ଭୋଟର ଏଥର ବିଜେପିକୁ ସମର୍ଥନ କରୁଥିବା ବେଳେ ବାଗ ସମୂହର ପ୍ରାୟ ୬୦ ରୁ ୭୦ ହଜାର ଭୋଟ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ସପକ୍ଷରେ ରହିଥିବା ଆକଳନ କରାଯାଇଛି। ଅନ୍ୟପଟେ ଏଠାରେ ବିଜେଡିର ଦୁର୍ବଳ ରଣନୀତି ନବୀନଙ୍କ ହାରିବାର ବଡ କାରଣ ହୋଇପାରେ।

ବିଜେଡ଼ି ଏଠାରେ ହିଞ୍ଜିଳି ବା ଅନ୍ୟ ଆସନ ପରି ପ୍ରଚାର କରି ନାହିଁ କେବଳ ନବୀନଙ୍କ ନାଁ ନେଇ ଲଢ଼ିବାକୁ ବସିଛି। ଅନ୍ୟପଟେ ନବୀନ ଦୁଇଟି ଆସନରୁ ଲଢ଼ୁଥିବା ବରଗଡ଼ ପରି ଏହାକୁ ଛାଡ଼ିଦେବାର ସମ୍ଭାବନା ବହୁତ ରହିଛି, ତେଣୁ କଣ୍ଟାବାଞ୍ଜି ଲୋକଙ୍କ ଭରଷା ନବୀନଙ୍କ ଉପରୁ କମିଛି।

ଲକ୍ଷ୍ମଣଙ୍କ ପଲା କଣ୍ଟାବାଞ୍ଜିରେ ଭାରି ରହିଥିବା ବେଳେ ଏଠାରେ ବିଜେପି ଏକ ପ୍ରକାର ଜିତିବା ଥୟ ହୋଇଛି ବୋଲି ବିଭିନ୍ନ ଆକଳନରୁ ଜଣାପଡିଛି। ସେହିପରି ଏଥର ଆସ୍କା ସାଂସଦୀୟ କ୍ଷେତ୍ର ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ବିଜେପି ନେତାଙ୍କ ଘନ ଘ ପ୍ରଚାର, ହିଞ୍ଜିଳିରୁ ଦୀର୍ଘବର୍ଷ ବିଜୟୀ ହୋଇ ମଧ୍ୟ ଲୋକଙ୍କ ସମସ୍ୟାକୁ ନବୀନଙ୍କ ଅଣଦେଖା, ରାସ୍ତା,ପାଣି ସ୍ବାସ୍ଥ୍ୟ ପରି ମୌଳିକ ସମସ୍ୟା ସହ ଦାଦନ ଶ୍ରମିକ ସଂଖ୍ୟା ବୃଦ୍ଧି ଭୋଟରଙ୍କ ମନରେ ନୈରାଶ୍ୟ ଭାବନା ଆଣିଛି।

ଏଠାରେ ଅନ୍ୟ ଦଳର ଟାଣୁଆ ପ୍ରାର୍ଥୀ ନଥିବା ଓ ଗଞ୍ଜାମ ବିଜେଡି ଗଡ ହୋଇଥିବାରୁ ନବୀନ ପଟ୍ଟନାୟକ ଜିତିବା ନିଶ୍ଚିତ କିନ୍ତୁ ଏଥର ଖୁବ୍ କମ ବ୍ୟବଧାନରେ ନବୀନ ଜିତିବେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ତେବେ ଦେଖା ଯାଉ ଏହି ଆକଳନ କେତେ ଦୂର ସତ ହେଉଛି ଆଉ ୨୦୨୪ ରେ କିଏ କେଉଁଠୁ ବାଜି ମାରୁଛନ୍ତି।

By Nirvay

Leave a Reply

Your email address will not be published. Required fields are marked *