୨୦୦୬ ବ୍ୟାଚ୍ ଆଗମୁତ୍ କ୍ୟାଡର୍‌ ର ଆଇଏଏସ୍ ଅଫିସର ମନୋଜ କୁମାର ସାହୁଙ୍କର କ୍ୟାଡର୍ ପରିବର୍ତ୍ତନ କରି ଓଡ଼ିଶା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏକ ବଡ଼ ପ୍ରଶାସନିକ ପଦକ୍ଷେପର ସଙ୍କେତ ଦେଉଛି। ମନୋଜ ସାହୁ ଉପ ନିର୍ବାଚନ କମିଶନର ଦାୟିତ୍ବ ତୁଲାଉଥିଲେ । ଆନ୍ତଃ କ୍ୟାଡର୍ ଡେପୁଟେସନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି କାର୍ମିକ ଓ ତାଲିମ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରିଛି । ଆଗମୁତ୍ ହେଲା ଅରୁଣାଚଳପ୍ରଦେଶ, ଗୋଆ, ମିଜୋରାମ ଏବଂ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡର।

ମନୋଜ ଜଣେ ଜୁନିଅର ଆଇଏଏସ୍ ଅଫିସର। କିନ୍ତୁ ତାଙ୍କୁ ଓଡ଼ିଶା ପଠାଇବା ପଛରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଶେଷ ଆଭିମୁଖ୍ୟ ଥିବା ଅନୁମାନ କରାଯାଉଛି। ଓଡ଼ିଶା ମୋହନ ସରକାର ଆଭ୍ୟନ୍ତରୀଣ କାରଣ ପାଇଁ ହେଉ କିମ୍ବା ଅନ୍ୟ କୌଣସି ବିଶେଷ କାରଣ ଯୋଗୁ ଏପର୍ଯ୍ୟନ୍ତ ରାଜ୍ୟରେ । ଏମଙ୍କର ରଙ୍ଖଳା ଆଣିପାରି ନାହାନ୍ତି । ସମନ୍ବୟର ଏକ ଅଭାବ ବିଭିନ୍ନ ସ୍ତରରେ ପ୍ରତିଫଳିତ ହେଉଛି।

କାର୍ଯ୍ୟଦକ୍ଷତା କାରଣରୁ ମନୋଜ ପିଓଙ୍କ ଶୁଭଦୃଷ୍ଟି ରେ ଅଛନ୍ତି । ଗୁରୁତ୍ବପୂର୍ଣ ଉପନିର୍ବାଚନ କମିଶନର ପଦବୀ ସମ୍ଭାଳିବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଓଡ଼ିଆ। ପୂର୍ବରୁ ସେ ଜଳଶକ୍ତି ବିଭାଗରେ କାର୍ଯ୍ୟ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହର୍ ଘର୍ ଜିଲ୍ ଯୋଜନା ପରିଚାଳନା ଦାୟିତ୍ୱରେ ଥିଲେ । ପୂର୍ବରୁ ଅରୁଣାଚଳ ପ୍ରଦେଶରେ ବିଭିନ୍ନ ପଦପଦବୀରେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି। ତେବେ ପ୍ରଶ୍ନ ହେଉଛି ତ୍ବରିତ ନିଷ୍ପଭିରେ କେନ୍ଦ୍ର ସରକାର ଉପନିର୍ବାଚନ କମିଶନର ମନୋଜ ସାହୁଙ୍କୁ ନିଜ ରାଜ୍ୟ ଓଡ଼ିଶା ପଠାଇବାକୁ ଚାହିଁଲେ କାହିଁକି ?

Leave a Reply

Your email address will not be published. Required fields are marked *