ବିଜେଡିରେ ଅନେକ ବିଭୀଷଣ ଅଛନ୍ତି ଯେଉଁମାନେ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ବୁଧବାର ପ୍ରତାପ ଦେବଙ୍କ ବାସଭବନରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ବାହାରିବା ବିଜେଡି କର୍ପୋରେଟର ଅମରେଶ ଜେନା ଏଭଳି ମନ୍ତବ୍ୟ ଦେଇଛନ୍ତି ।

ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଦଳରେ ବିଭୀଷଣ ଅଛନ୍ତି ବୋଲି ପ୍ରତାପ ଦେବଙ୍କ ଘରେ ଚାଲିଥିବା ବୈଠକରୁ ବାହାରିବା ପରେ ଅମରେଶ କହିଛନ୍ତି। ସେ କହିଛନ୍ତି ଦଳର କିଛି ଲୋକ ଆମ ଭିତରେ ଫାଟ ସୃଷ୍ଟି କରୁଛନ୍ତି। କିନ୍ତୁ ସବୁଠି ବିଜେଡି ଏକଜୁଟ ଅଛି। ଆଗକୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

କିନ୍ତୁ ଦଳରେ ବିଭୀଷଣ କିଏ ସେ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *