ଲୋକସଭା ଓ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଲା ଜୁନ ୪ରେ । ୪ ମାସ ପରେ ବି ବିଜୁ ଜନତା ଦଳ ସଭାପତି ନବୀତ ପଟ୍ଟାନାୟକ ଜିଲ୍ଲାୱାରୀ ବିପର୍ଯ୍ୟୟ ସମୀକ୍ଷା କରୁଛନ୍ତି । କିନ୍ତୁ ଏହି ସମୀକ୍ଷା ପୂର୍ବରୁ ନବୀନ କିଛି ଶିକ୍ଷାଲାଭ କରିଛନ୍ତି କି ନାହିଁ, ତାହା ଜଣାନାହିଁ । ତେବେ ନବରଙ୍ଗପୁର ଜିଲ୍ଲା ନିର୍ବାଚନ ଫଳ ସମୀକ୍ଷା ବେଳେ ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ପରାଜୟର କାରଣ ସମ୍ପର୍କରେ ଯାହା କହିଛନ୍ତି, ତାହା ମୁଖ୍ୟତଃ ନବୀନ ଏବଂ ତାଙ୍କର ମାର୍ଗଦର୍ଶକ ପାଣ୍ଡିଆନଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଲୋକସଭା ପ୍ରାର୍ଥୀ ଭାବେ ପ୍ରଦୀପ ଲଗାତାର ଦ୍ୱିତୀୟ ଥର ସକାଶେ ହାରିଛନ୍ତି ନବରଙ୍ଗପୁରର । କିନ୍ତୁ ୨୦୨୪ରେ ତାଙ୍କୁ ଭାଜପା ପ୍ରାର୍ଥୀ ବଳଭନ୍ଦ୍ର ମାଝୀ ପାଖାପାଖି ୧ ଲକ୍ଷ ଭୋଟରେ ହରାଇ ଦେଇଥିଲେ । ଏହି ଆସନରୁ କଂଗ୍ରେସର ଭୁଜବଳ ମାଝୀ ୩ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ୭ଟି ବିଧାନସଭା ଆସନ ଭିତରୁ ୫ଟିରେ ଭାଜପା, ବିଜେଡି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲେ ।

ସମୀକ୍ଷାରେ ପ୍ରଦୀପ ମୁଖ୍ୟତଃ ପଟାନାୟର ୩ଟି କାରଣ କହିଥିଲେ । ଶଙ୍ଖ ଭାବନାରେ ଆୟୋଜିତ ସମୀକ୍ଷା ବୈଠକରେ ଆଦିବାସୀ ନେତା ତଥା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଥିଲେ ଭାଜପା ସହ ମେଣ୍ଟ ଆଲୋଚନା ଲାଗି କହିବାରୁ ବିଜେଡି କ୍ଷତି ସହିଲା । ସଂଖ୍ୟାଲଘୁ ଭୋଟରଙ୍କ ସହରେ ସନ୍ଦେହ ସୃଷ୍ଟି ହେଲା । ବିଶେଷତଃ ଖ୍ରୀଷ୍ଟିଆନ ଭୋଟର ବିଜେଡିରୁ ମୁହଁ ଫେରାଇ କଂଗ୍ରେସ ସପକ୍ଷରେ ଭୋଟ ଦେଲେ।

ଦ୍ୱିତୀୟ କାରଣ ଥିଲା ଆଭ୍ୟନ୍ତରୀଣ କନ୍ଦଳ। ପରସ୍ପର ଗୋଛି କଟାକଟି ଯୋଗୁଁ ଦଳର ଯଣାଧାର ପ୍ରଭାବିତ ହେଲା। ସେ କାହାର ନାଁ ନେଇନଥିଲେ ବି ପୂର୍ବତନ ବିଜେଡି ସାଂସଦ ରମେଶ ମାଝୀଙ୍କ ଆଡକୁ ତାଙ୍କ ଆକ୍ଷେପ ବୁଝା ପଡୁଥିଲା। ତୃତୀୟ କାରଣ କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ତାତ୍ପର୍ଯ୍ୟପୂର୍ଣ୍ଣ । ସେ କହିଥିଲେ ଦଳର କୌଣସି ସ୍ଟ୍ରାଟେଜି ବା କୌଶଳ ନଥିଲା । ଅଦି ଖରାପ ନିର୍ବାଚନ ପ୍ରଚାର ଥିଲା । ଏହାହିଁ ସିଧାସଳଖ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଯେହେତୁ ନବୀନ ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ଥିଲେ, ସେହେତୁ ନିର୍ବାଚନ ପରିଚାଳନ। ଖରାପର ଅର୍ଥ ହେଲା ନବୀନଙ୍କ ବ୍ୟର୍ଥତା। ଦଳର ନିର୍ବାଚନ ଷ୍ଟ୍ରାଟେଜି କିଏ ସ୍ଥିର କରୁଥିଲେ । କୌଣସି ବରିଷ୍ଠ ନେତାଙ୍କ ସହ ନବୀନ ନିର୍ବାଚନ ମନ୍ତ୍ରଣା କରିନଥିଲେ।

Leave a Reply

Your email address will not be published. Required fields are marked *