ତିରୁପତିଙ୍କ ଦର୍ଶନକୁ ଯଉଁମାନେ ଯାଆନ୍ତି ସେମାନଙ୍କର ଦୁଇଟି ଇଚ୍ଛା ଥାଏ। ଗୋବିନ୍ଦା ଶ୍ରୀନିବାସଙ୍କ ମନଭରି ଦର୍ଶନ । ଘରକୁ ତିରୁପତି ଲଡୁ ଅଣାଯାଏ। ଆଖପାଖ ପରିବାରଙ୍କୁ ବଣ୍ଟା ଯାଏ । ସମସ୍ତଙ୍କର ଇଚ୍ଛା ଥାଏ ତିରୁପତି ଦର୍ଶନରୁ ଫେରିଲେ ଆଣିଥିବେ ଲଡୁ । ଲଡୁ ମହାପ୍ରସାଦ ଭଳି । ଟିକିଏ ବି ପାଟିରେ ଲାଗିଗଲେ ମହାପୂଣ୍ୟ।

କିନ୍ତୁ ଏବେ ଯାହା ଘଟିଲାଣି, ମନ ହବ ଖାଲି ଗୋବିନ୍ଦାଙ୍କର ଦର୍ଶନ କରି ବିନା ଲଡ଼ୁରେ ଘର ୱାପସ। ଚର୍ବି ମିଶା ଲଡୁ ଆଣି ନିଜେ ତ ପାପ ଭୋଗିବେ, ଅନ୍ୟମାନଙ୍କୁ ବି ପାପୀ କରାଇବେ । ତା’ ଅପେକ୍ଷା ବରଂ ଭଲ ଗୋବିନ୍ଦାଙ୍କର ଛୋଟ ଫଟୋଗୁଡାଏ ଆଣି ବାଣ୍ଟି ଦବା। କେହି କେବେ ଭାବିପାରିଥିଲେ କି ତିରୁପତି ଲଢ଼ୁରେ ମିଶିଥୁବ ଚର୍ବି ? ଏହା ସନାତନ ଧର୍ମ ଭାବନା ପ୍ରତି ଶ୍ରଦ୍ଧା ରଖୁଥ‌ିବା କୋଟିକୋଟି ଭକ୍ତଙ୍କୁ ଧାର୍ମିକ ନିର୍ଯାତନା । କଥାଟା ଫୁଟି ଆସିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡିଙ୍କ ମୁହଁ ବନ୍ଦ । ଜଗନ ଖ୍ରୀଷ୍ଟିଆନ । ତାଙ୍କ ଦାଦାଙ୍କୁ ତିରୁପତି ନ୍ୟାସର ମୁଖ୍ୟ ବନାଇଥିଲେ ସେ। ଏଣୁ ସନାତନ ଧର୍ମ ବିରୋଧରେ ଏହା ଏକ ମିଶି ନାରୀ ଷଡଯନ୍ତ୍ର ବୋଲି ଅଭିଯୋଗ ହଉଚି । ସେଠିକା ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ପ୍ରାୟଶ୍ଚିତ କରୁଛନ୍ତି । ଏସବୁ ଘଟିବାର କାରଣ ହେଲା ସବୁ ବଡ଼ବଡ଼ ଦେବାଦେବୀ ମନ୍ଦିର ସରକାରଙ୍କ ନିୟନ୍ତ୍ରଣରେ ଅଛି। ତେଣୁ ସରକାରଙ୍କ ବାବୁମାନେ ମନଇଚ୍ଛା କାର୍ଯ୍ୟ କରୁଚନ୍ତି । କୌଣସି ଚର୍ଚ୍ଚ କିମ୍ବା ମସଜିଦ ସରକାରୀ ନିୟନ୍ତ୍ରଣରେ ଅଛି କି ?

ଥରେ ଭାବନ୍ତୁ ଆମ ଶ୍ରୀମନ୍ଦିର କଥା । କେଉଁ ଦିନରୁ ଏହାକୁ ସରକାର ନିଜ ହାତକୁ ନେଇଆସିଛନ୍ତି । ସେଥ‌ିପାଇଁ ତ ସରକାରୀ ବାବୁଙ୍କ ମର୍ଜିରେ ଅଛନ୍ତି ଜଗନ୍ନାଥ। ସରକାର ଇଚ୍ଛା କଲେ ଦୁଆର ବନ୍ଦ । ମହାପ୍ରତାପୀ ବାବୁ ଆସିଲେ ଯାଇ ଜଗନ୍ନାଥଙ୍କ ମଙ୍ଗଳ ଆରତୀ । ଆଉ ତ ଆଉ ତାଙ୍କ ଇଚ୍ଛାରେ ଅଟୋ ଡାଲାରେ ବସି ଚାଉଳ ମାଗିଲେ ମହାପ୍ରଭୁ । କାହା ପାଟି ଖୋଲିଲା ନାହିଁ ଏତେବଡ଼ ଅନ୍ୟାଚାର ବିରୋଧରେ । ମିଶାମିଶି ଅର୍ପଣ ଚାଉଳରେ ଭୋଗ ବି ହେଇଗଲା । କୁଇଣ୍ଟାଲ କୁଇଣ୍ଟାଲ ଅର୍ପଣ ଚାଉଳ ପୋକ ଲାଗିବା ପରେ ନଷ୍ଟ ହେଲା । କେବଳ ସରକାରଙ୍କ ନିୟନ୍ତ୍ରଣରେ ଶ୍ରୀମନ୍ଦିର ରହିଥ‌ିବାରୁ ଏସବୁ ଧାର୍ମିକ ବ୍ୟଭିଚାର ବଢ଼ିଚି ଯଦି ଅନ୍ୟ ଧର୍ମର ଉପାସନା ପୀଠଗୁଡିକ ସରକାରଙ୍କ ନିୟନ୍ତ୍ରଣ ମୁକ୍ତ ଅବସ୍ଥାରେ ଅଛି, କାହିଁକି ମନ୍ଦିର ରହିବ ସରକାରଙ୍କ ନିୟନ୍ତ୍ରଣରେ ? ଏହା ଠିକ ନା ଭୁଲ ।

Leave a Reply

Your email address will not be published. Required fields are marked *