କିଛିଦିନ ତଳେ ପ୍ରମିଳା ଦିଦି ଏକ ଗୁରୁତ୍ବପୂର୍ଣ ସୂଚନା ଦେଇଥିଲେ । ଶଙ୍ଖ ଦଳର ସଭ୍ୟ ସଂଗ୍ରହ ଅଭିଯାନପ୍ରତି ବିପୁଳ ସମର୍ଥନ ମିଳୁଚି ଲୋକଙ୍କ ପାଖରୁ । ଖୁବଶୀଘ୍ର ନବୀନ ବାବୁ ଜିଲାଗସ୍ତରେ ବାହାରିବେ । ଭଲ କଥା। ଦଳର ସଭାପତି ସେ। ତା’ଛଡା ବିରୋଧୀ ଦଳର ନେତା । ତାଙ୍କ କାନ୍ଧରେ ଶଙ୍ଖ ଦଳ ବନ୍ଧୁକ ରଖି ପଦ୍ମ ସରକାରଙ୍କୁ ନାଛିବା କଥା। କିନ୍ତୁ କେବେ ବାହାରିବେ ଜିଲ୍ଲାବୁଲି ନବୀନ ? ଗତ ୫ବର୍ଷ ହେଲା ବିଜଦ ନେତାମାନେ ଜିଲା ବୁଲାବୁଲି ଭୁଲିଯାଇଥିଲେ । ସେମାନଙ୍କ ବୁଲିବା ଉପରେ ନବୀନ ହୁଅନ୍ତୁ କି ପାଣ୍ଡିଆନ କଟକଣା ଜାରି କରିଥିଲେ । କେବଳ ରାଜ୍ୟ ବୁଲିବା ପାଇଁ ଶଙ୍ଖ ଦଳରୁ ପେଟେଣ୍ଟ ମିଳିଥିଲା ପାଣ୍ଡିଆନ ବାବୁଙ୍କୁ । ପୁଣି ଏମିତି ସର୍ଭ ଥିଲା ଯେ, ତାଙ୍କ ଆଖ୍ ଆଗରେ ଯେମିତି କେହି ଶଙ୍ଖ ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକ ନପଢନ୍ତି । ପଡିଲେ ନବଗ୍ରହ ଖଣ୍ଡ। ସେମାନଙ୍କର ଦାୟିତ୍ବ ଥିଲା ପାଣ୍ଡିଆନ ଯେଉଁ ଅଞ୍ଚଳକୁ ଯିବେ, ସଭା କରିବେ, ସେହିସବୁ ସଭାରେ ଚେୟାର ପକାଇବେ। ଲୋକ ବୁହାଇବେ । ସେମାନଙ୍କ ଖାଇବା କଥା ବୁଝିବେ । ତା’ପରେ ସେମାନେ ଯାଇ କେଉଁ କବାଟ କଣରେ ଲୁଚିବେ । କେହି ଯେମିତି ପାଣ୍ଡିଆନଙ୍କ ସାମ୍ନାରେ ନପଡନ୍ତି । ଶଙ୍ଖ ନେତାମାନେ ଆଜ୍ଞାଧୀନ ଛାତ୍ର ପରି ସବୁକଥା ମାନୁଥିଲେ । ଭାରି ସୁଧାର ପିଲା ଥିଲେ ଶଙ୍ଖ ନେତାମାନେ । ପାଟି କରନ୍ତି ନାହିଁ । ପ୍ରତିବାଦ କରିବା ସେମାନଙ୍କ ଜାତକରେ ବି ନାହିଁ । ଇଲେକସନରେ ଖେଳ ଓଲଟି ଗଲା। ବାବୁ ପାଣ୍ଡିଆନ ଆଉ ମୁହଁ ଦେଖାଉନାହାଁନ୍ତି । ଯଉଁ ନବୀନ ବାବୁଙ୍କ ହାତ ନିର୍ବାଚନ ପ୍ରଚାର ବେଳେ ଥରୁଥୁଲା, ତାହା ଆଉ ବିଶେଷ ଥରୁନାହିଁ । ସେ ବି ଟିକିଏ ବୁଲାବୁଲି କଲେଣି। କିନ୍ତୁ ମଣ୍ଡପ ବୁଲିବା ଅଲଗା, ଜିଲା ବୁଲିବା ଅଲଗା । ୟା’ରି ଭିତରେ ଶଙ୍ଖ ଦଳର ବାର୍ଷିକ ପଦଯାତ୍ରା କେବେଠୁ ଆରମ୍ଭ ହେଇ କେବେ ସରିଲା କି ଚାଲିଲା କେହି ଜାଣିପାରୁନାହାଁନ୍ତି। ଆଉ ସେ କ୍ଷମତା ରୁଆବ ଅଛି କି ? ମିଡିଆରେ ବି ଆଉ ଖବର ବାହାରୁନାହିଁ । ୟା’ରି ଭିତରେ ଦେଢମାସ ହେଇଗଲାଣି ପଦଯାତ୍ରାକୁ । ଯାହାହର ସଭ୍ୟ ସଂଗ୍ରହ ଅଭିଯାନରେ ମାତିଛନ୍ତି ଶଙ୍ଖ ନେତାଏ । ଏସବୁ ଠିକ ଯେ, କିନ୍ତୁ ନବୀନ କେବେ ବାହାରିବେ ଜିଲା ବୁଲି ? ନିର୍ବାଚନ ପ୍ରଚାର ଆରମ୍ଭ କରିଥିରେ ହିଞ୍ଜିଳିରୁ । ନିଜ ନିର୍ବାଚନ ମଣ୍ଡଳୀରୁ ଦୂଲାବୁଲି ଆରମ୍ଭ କରନ୍ତୁ ପହିଲେ । ତାଙ୍କ ନିର୍ବାଚନ ମଣ୍ଡଳୀରୁ ଶଙ୍ଖ ସରପଞ୍ଚ ଓ ସମିତିସଭ୍ୟ ଦଳ ଛାଡିବା ଖବର ନବୀନଙ୍କ ପାଖରେ ଅଛି ତ? ଯଦି ବି ସେ ରାଜ୍ୟ ଭ୍ରମଣରେ ବାହାରନ୍ତି, ତେବେ ତାଙ୍କ ସହ କଉଁମାନେ ଯିବେ ? ପାଣ୍ଡିଆନ ତ ଯିବେଳି । ସେ ସନ୍ୟାସୀ। ତାଙ୍କର ଆଉ ଲୋଭ କି ମୋହ ନାହିଁ । ସନ୍ତୃପ୍ତ ମିଶ୍ର ଯିବେ କି ? ନା ଦେବୀ ଓ ଆଉ କାହାକୁ ନେଇ ବାହାରିବେ ବଜାର ବୁଲି ? Post navigation ଓଡ଼ିଶାର ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ମନ୍ତ୍ରୀ ସ୍ତରୀୟ କମିଟି ଗଞ୍ଜାମ ଫେରୁଛନ୍ତି ବିବାଦୀୟ ପୁଲିସ ଅକାରୀ ସବ୍ୟସାଚୀ ମଲ