ଜୟନାରାୟଣ ମିଶ୍ର ବନାମ ଅନିତା ପ୍ରଧାନ ମାମଲାରେ ଏକ ବଡ କଥା କହିଚନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସମ୍ବଲପୁର ବିଧାୟକ ଯାଇଥିଲେ ସୁପ୍ରିମକୋର୍ଟ। ଆଗୁଆ ଜାମିନ ଆବେଦନ କରିଥିଲେ । ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଲେ। ଟିପ୍ପଣୀରେ କିନ୍ତୁ କହିଲେ ଯେ, ସରକାର ବଦଳିଗଲେ, ଅଫି ସରମାନଙ୍କ ୟୁନିଫର୍ମ ରଙ୍ଗ ବଦଳେ ନାହିଁ । ଠିକ କଥା କହିଚନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀରେ ଶଙ୍ଖ ନେତାମାନେ ଆନନ୍ଦରେ ଉଛୁଳି ପଢୁଛନ୍ତି । ମୋହନ ସରକାରଙ୍କ ଆଡକୁ ଆଙ୍ଗୁଳି ଉଠାଉଚନ୍ତି । କଥାଟି ହେଲା ଯେ, ଦଳୀୟ ବିଧାୟକଙ୍କ ମାମଲାରେ ମୋହନ ସରକାର ଅଦାଲତରେ କୋହଳ ମନୋଭାବ ଦେଖାଇଛନ୍ତି। ମୂଳ ଘଟଣାଟି ହେଲା ୨୦୨୩ ମସିହାର । ସମ୍ବଲପୁରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପଦ୍ମଦଳିଆ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଧନୁପାଲି ଆଇଆଇସି ଅନିତା ପ୍ରଧାନ ହାଜର ହେଇଗଲେ ତତ୍କାଳୀନ ବିରୋଧୀ ଦଳ ନେତା ଜୟନାରାୟଣଙ୍କ ପାଖରେ । କଥା କଟାକଟି ହେଲା । ଜୟଙ୍କ ଅଭିଯୋଗ ହେଲା ଯେ, ଥାନା ବାବୁଆଣୀ ତାଙ୍କ ଗୋଡ ଉପରେ ଚଢିଗଲେ । ଅଳିତାଙ୍କ ଅଭିଯୋଗ ହେଲା ଯେ, ଜୟନାରାୟଣ ତାଙ୍କୁ ଚାପୁଡା ମାରିଲେ। ସେତେବେଳେ ଶଙ୍ଖ ସରକାର । ଏମିତିରେ ସରକାର ଓ ଜୟନାରାୟଣଙ୍କ ଭିତରେ ଅହିନକୁଳ ସମ୍ପର୍କ । ସଙ୍ଗେସଙ୍ଗେ ଅନିତା ଥାନାରେ ଏତଲା ଠୁଙ୍କି ଦେଲେ । ଏହି ମାମଲାରେ ହାଇକୋର୍ଟକୁ ଯାଇଥିଲେ ଜୟନାରାୟଣ। ଆଗୁଆ ଜାମିନ ଆବେଦନ ଖାରଜ ହବାରୁ ସେ ଯାଇଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟରେ ସରକାରଙ୍କ ଓକିଲ ସମାପିକା ବିଶ୍ଵାଳ ଯୁକ୍ତି କରିଥିଲେ ଯେ, ଜୟନାରାୟଣ ତଦନ୍ତରେ ସହଯୋଗ କରୁଚନ୍ତି, ତେଣୁ ତାଙ୍କୁ ଜାମିନ ମିଳୁ । ସୁପ୍ରିମକୋର୍ଟ କିନ୍ତୁ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଚନ୍ତି। ସରକାର ବଦଳିଲେ ପୁଲିସ ବଦଳିବା କଥା ନୁହଁ । ଅର୍ଥାତ ସେମାନେ ସବୁବେଳେ ନିରପେକ୍ଷ ରହିବା ଦରକାର । କିନ୍ତୁ ଶଙ୍ଖ ସରକାର ବେଳେ ପୁଲିସ ବାବୁ ବାବୁଆଣୀମାନେ ନିରପେକ୍ଷ ଥିଲେ କି ? ସେମାନଙ୍କ ୟୁନିଫର୍ମ ଖାକି ବଦଳରେ ସବୁଳିଆ ହେଇଯାଇନଥିଲା କି ? ଦି’ ତିନିଟା ଉଦାହରଣ ଦେଲେ ବୁଝାପଡିଯିବ କଥା। ନିର୍ବାଚନ ପ୍ରଚାର ସମୟରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଥାନାକୁ ଯାଇଥିଲେ। ସେତେବେଳେ ଯେ ଥାନା ଅଧୂ କାରୀ ସେଠୀ ବାବୁ ଥିଲେ, ସେ ବିଧାୟକ ମୋହନଙ୍କୁ କେତେ କଦର୍ଯ୍ୟ ବ୍ୟବହାର କରିଥିଲେ । ଥାନା ବାବୁଙ୍କର ୟୁନିଫର୍ମ ରଙ୍ଗ କ’ଣ ଥୁଲା ? ଖାକି ଥିଲେ ଜଣେ ଜନପ୍ରତିନିଧଙ୍କୁ ଏମିତି କଦର୍ଯ୍ୟ ବ୍ୟବହାର କରିଥାନ୍ତେ କି ? ପୂର୍ବ ଶଙ୍ଖ ବିଧାୟିକା ସୁନନ୍ଦା ଦାସ ଖୋଲା ଅଭିଯୋଗ କରିଛନ୍ତି ଯେ, ଶଙ୍ଖ ଦଳରେ ଟିକଟ ବାଣ୍ଟୁଥିଲେ ଦୁଇ ଆଇପିଏସ ଅଧ୍କାରୀ କୁଟେ ଓ ସିଂହ ବାବୁ । ସେମାନଙ୍କ ୟୁନିଫର୍ମର ରଙ୍ଗ କ’ଣ ଥୁଲା ? ଖାକି ଥିଲେ ସେମାନେ କଦାପି ଶାସକ ଦଳର ନେତାଭାବେ ଟିକଟ ବଣ୍ଟାବଣ୍ଟି ଓ ଫେଣ୍ଟାଫେଣ୍ଟିରେ ସାମିଲ ହେଇଥାନ୍ତେ କି ? ଜଣେ ଆଇଆଇସି ସସ୍ପେଣ୍ଡ ହବା ପରେ ପୁଲିସ ବାବୁମାନେ ମୋହନ ସରକାରଙ୍କ ବିରୋଧରେ ବିଦ୍ରୋହର ଧମକ ଦେଲା ବେଳେ ସେମାନଙ୍କ ପୋଷାକର ରଙ୍ଗ କ’ଣ ଥୁଲା ? ଏତିକି ଉତ୍ତର ଯଦି ଶଙ୍ଖ ନେତାମାନେ ଦିଅନ୍ତେ ତେବେ ଏ ରାଜ୍ୟର ଓ ପୁଲିସ ବିଭାଗର ବହୁ ଉନ୍ନତି ହୁଅନ୍ତା । Post navigation ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମକର ସଂକ୍ରାନ୍ତି ପରେ ବିପଦରେ ପଡ଼ିବ ବିଜଦ !