ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଆଗାମୀ ବିଧାନସଭା ଅଧିବେଶନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ଶ୍ରୀ ଦେବ ଆହୁରି କହିଛନ୍ତି ଯେ, ଦିବଙ୍ଗତ ପଦ୍ମଶୀ କମଳା ପୂଜାରୀଙ୍କ ପାଇଁ ଶୋକ ବାର୍ଭା ଦେଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ଆଗକୁ ହେବାକୁ ଥିବା ବିଧାନସଭା ପାଇଁ ବିଜୁ ଜନତା ଦଳର ରଣନୀତି ନେଇ ଆଲୋଚନା ହୋଇଥିଲା । ଦଳ ସଭାପତି ନବୀନ ପଟ୍ଟନାୟକ ବିଧାୟକଙ୍କୁ ଯେଉଁ ବିଭିନ୍ନ ବିଭାଗର ଦାୟିତ୍ୱ ଦେଇଛନ୍ତି । ସେଥିପାଇଁ ପ୍ରସ୍ତୁତ ହେବୁ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକୁ ତଦାରଖ କରିବା ପାଇଁ ଆଲୋଚନା ହୋଇଥିଲା। ରାଜ୍ୟର ସାଧାରଣ ଜନତାଙ୍କ ହିତ ପାଇଁ ବିରୋଧୀ ଦଳ ହିସାବରେ ଆଗାମୀ ବିଧାନସଭାରେ ରଣନୀତିକୁ ଶାଣିତ କରିବୁ। ସରକାର କିଭଳି ଲକ୍ଷ୍ୟ ବିଚ୍ୟୁତ ନହେବେ ତାହାକୁ ଆମେ ଅନୁଧ୍ୟାନ କରିବୁ। ସକରାତ୍ମକ ଭାବେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇବୁ। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଯେଉଁ କଥା କହି ବିଜେପି ଦଳ ସରକାରକୁ ଆସିଛି, ପ୍% Post navigation ଶେଷ ହେଲା ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ହେବନି: ମୁଖ୍ୟମନ୍ତ୍ରୀ