କେରଳର ୱାଏନାଡ଼ରେ ଭୟଙ୍କର ଭୂସ୍ଖଳନ ତାଣ୍ଡବ ରଚିଥିବା ବେଳେ ଏଥିରେ ନିଖୋଜ ଅଛନ୍ତି ଦୁଇ ଜଣ ଓଡ଼ିଆ ଡାକ୍ତର । ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନାର ଓ ଡାକ୍ତର ସ୍ୱାଧୀନ ପଣ୍ଡା । ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇ ପରିବାର ସଦସ୍ୟ ଚିନ୍ତାରେ ପଡିଛନ୍ତି । ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି । ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ମଧ୍ୟ କୌଣସି ଖୋଜଖବର ମିଳୁନାହିଁ । ବିଷ୍ଣୁଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି ।

ତେଣୁ ଉଭୟ ଡାକ୍ତରଙ୍କୁ ଉଦ୍ଧାର ପାଇଁ କେରଳର ସ୍ବତନ୍ତ୍ର ରିଲିଫ କମିଶନର ଓ ଓଡ଼ିଆ ଅଧିକାରୀଙ୍କ ସହ କଥା ହୋଇଛନ୍ତି ରାଜ୍ୟ ସରକାର। ଏସଆରସି କଥା ହୋଇଥିବା ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ନିଖୋଜ ୨ ଡାକ୍ତରଙ୍କ ପରିବାର ସହ ଯୋଗାଯୋଗରେ ଅଛୁ ଓ ପରିବାର ବର୍ଗଙ୍କୁ ପ୍ରତ୍ୟେକ ସମୟରେ ଅପଡେଟ୍ ଦିଆଯାଉଛି ବୋଲି କହିଛନ୍ତି ।ଜୋରଦାର ପ୍ରୟାସ ଜାରି ରହିଛି, ଉଦ୍ଧାର ହେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *