କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା, ଘଡ଼ଘଡ଼ି ଜାରି ରହିଛି । ବିଭିନ୍ନ ସ୍ଥାନରେ କୁଆପଥର ସାଙ୍ଗକୁ ବର୍ଷା ଦେଖାଯାଇଛି । ତେବେ ଆଜି ବି ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ଓ କୁଆପଥର ବର୍ଷାକୁ ନେଇ ଜଗତସିଂହପୁର,କଟକ, ଢେଙ୍କାନାଳ, ଅନୁଗୁଳ ଦେଓଗଡ ଓ ସୁନ୍ଦରଗଡରେ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପଟେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି Post navigation ମହାନଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବ୍ରହ୍ମପୁରରେ ୮ ଯୁବକଙ୍କ ନାରକୀୟ କାଣ୍ଡ: ବାଇକରେ ଆସି ବୁଲା କୁକୁରକୁ ଖଣ୍ଡାରେ ହାଣିବା ଭିଡ଼ିଓ ଭାଇରାଲ୍