ଛତିଶଗଡ଼, ସରେଇପାଲି ଥାନାରେ ରାତିରୁ ଅଟକ ଥିବା ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଆଜି ଛତିଶଗଡ଼ ପୋଲିସ ଛାଡ଼ିଛି । ଅନଧିକାର ପ୍ରବେଶ, ଭଙ୍ଗାରୁଜା ନେଇ ସରେଇପାଲିର ହୋଟେଲ ରାଧିକା ମ୍ୟାନେଜରଙ୍କ ଅଭିଯୋଗ ପରେ ବିଏନ୍ଏସ୍ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ କରି ବିଶାଲଙ୍କ ସହ ମୋଟ ୧୪ ଜଣଙ୍କୁ ସରେଇପାଲି ଥାନା ପୋଲିସ ଆଜି ଛାଡ଼ିଛି । ଗତକାଲି ବିଳମ୍ବିତ ରାତିରୁ ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୁଲିସ ବିଶାଳଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । Post navigation ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିରେ ସାମିଲ ହେଲେ ରଘୁବର ଦାସ