କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ବାଞ୍ଚୋ ପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ୬ଟି ଠିକଣାରେ ଚଢ଼ଉ କରାଯାଉଛି । ଯେଉଁଥିରେ ତାଙ୍କର ଆବାସିକ କୋଠା, ମାର୍କେଟ୍ କମ୍ପ୍ଲେକ୍ସ, ଭଡାଟିଆ ଗୋଦାମ, ଏକ ଇଲେକ୍ଟ୍ରୋନିକ୍ସ ଦୋକାନ, ତାଙ୍କ ପୈତୃକ ଘର ଏବଂ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ରହିଛି ।

ହାଟଡିହି ମାରେଇଗାଁ ବିରଞ୍ଚିପୁରରେ ଥିବା ଏକ ତିନି ମହଲା ବିଶିଷ୍ଟ ବାସଭବନ, ବସନ୍ତିଆ ବଜାରର ଜଗନ୍ନାଥପୁର ମୌଜାରେ ନୂତନ ନିର୍ମିତ ଦୁଇ ମହଲା ମାର୍କେଟ୍ କମ୍ପ୍ଲେକ୍ସ, ମା ସରସ୍ୱତୀ ସେଲ୍ସର ଦୁଇଟି ଭଡା ଗୋଦାମ, ବିଦ୍ୟାଧରପୁରରେ ଥିବା ମା ସରସ୍ୱତୀ ସେଲ୍ସର ଇଲେକ୍ଟ୍ରିକ୍ ଦୋକାନ, ପଡ଼ିହାରୀପାଲ୍ଲୀରେ ଥିବା ପୈତୃକ ଘର ଏବଂ ବାଞ୍ଚୋ ପଞ୍ଚାୟତ କାର୍ଯ୍ୟାଳୟରେ ଖୋଳତାଡ଼ କରାଯାଉଛି ।

କେନ୍ଦୁଝର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ନିର୍ଦ୍ଦେଶରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କୋଠାରେ ଚଢ଼ଉ ଜାରି ରହିଛି । ବର୍ତ୍ତମାନ ସନ୍ଧାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *