ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ରେଡ୍‌ ହୋଇଛି । ଏକକାଳୀନ ୧୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍‌। ୯ ଡିଏସ୍‌ପି ଓ ୧୧ ଇନ୍ସଫେକ୍ଟର ଚଢ଼ଉରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱରର ରସୁଲଗଡସ୍ଥିତ ବାସଗୃହ, ଚନ୍ଦ୍ରଶେଖରପୁର ଆପାର୍ଟମେଣ୍ଟ, ଭଦ୍ରାଙ୍କସ୍ଥିତ ଅଫିସ, କଟକ ବାରବାଟୀସ୍ଥିତ ଆର ଆଣ୍ଡ ବି ବିଭାଗ ଅଫିସ, ଭଦ୍ରକ ଜିଲ୍ଲାରେ ଥିବା ୨ଟି ପୈତୃକ ଘର, ଯାଜପୁର, ଖୋର୍ଦ୍ଧା ଓ କଟକରେ ଥିବା ପ୍ଲଟ, ଯାଜପୁର ଟାଉନସ୍ଥିତ ବାସଗୃହ, ଖୋର୍ଦ୍ଧା ଜିଲ୍ଲା ଶାସ୍ତ୍ରୀ ନଗରସ୍ଥିତ ଅନ୍ୟ ଏକ ବାସଗୃହ ଓ ଭୁବନେଶ୍ୱରରେ ପୁଆ ନାଁରେ ଥିବା ମେଡ଼ିସିନ ଷ୍ଟୋରରେ ଚଢ଼ଉ କରିଛି ଭିଜିଲାନ୍ସ ।

By Nirvay

Leave a Reply

Your email address will not be published. Required fields are marked *