ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଭିଜିଲନ୍ସ ଚଢ଼ାଉ କରିଛି । ବାଲେଶ୍ୱରର ୪ଟି ଏବଂ ଭୁବନେଶ୍ୱରର ୩ଟି ସ୍ଥାନରେ ହୋଇଛି ରେଡ୍ । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱରର ଶୈଳଶ୍ରୀ ବିହାର, ରୁଦ୍ରପୁର, ଡୁମୁଡୁମା ଅଞ୍ଚଳରେ ଥିବା ଘର ଏବଂ ବାଲେଶ୍ୱରର ସୋର, ରେମୁଣା, ବାଲେଶ୍ୱର ସଦର ଆଦି ଅଞ୍ଚଳରେ ଚଢାଉ କରଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ୬ ଡିଏସ୍ପି, ୩ ଇନ୍ସପେକ୍ଟର, ୧୦ ଏଏସ୍ଆଇ ସାମିଲ ଅଛନ୍ତି । ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ଚଢ଼ାଉ କରାଯାଉଛି । ଏହା ସହ ବର୍ତ୍ତମାନ ଯାଏଁ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । Post navigation ଓସିଏକୁ ସରଳ ପ୍ରଶ୍ନ; ସନାତନ ପାଣି ଲିଜେଣ୍ଡ ନୁହଁନ୍ତି ? ଅମାନିଆ ଗାଡ଼ି ଚାଳକ ସାବଧାନ; ଟ୍ୱିନ ସିଟିରେ ଚାଲିଛି କଡାକଡି ଚେକିଂ