ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସଙ୍କ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏକା କାଳୀନ ୧୦ଗୋଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି ।କୈଳାଶଙ୍କ ପୈତୃକ ଘର ସହିତ ଭୁବନେଶ୍ୱର, ପୁରୀ, କଟକ ସମେତ ତାଙ୍କର ପ୍ଲଟ, ଫ୍ଲାଟ ଏବଂ ୩ମହଲା କୋଠାରେ ଚଢ଼ାଉ କରାଯାଇଥିବା ସୂଚନା। ଏହି ଚଢ଼ାଉ ରେ ଜଣେ ଏସ୍ପି, ୪ଜଣ ଡିଏସ୍ପି , ୭ଜଣ ଇନସ୍ପେକ୍ଟର ଏବଂ ୭ଜଣ ଏଏସଆଇ ଥିବା ସୂଚନା ମିଳିଛି।
କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟୀତ୍ଵରେ ବହୁ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନତୀର ଅନେକ ଅଭିଯୋଗ ହୋଇ ଆସୁଥିଲା । ଠିକା କାମରେ ଦୁର୍ନୀତି କରୁଥିବାନେଇ ତାଙ୍କ ନାମରେ ଅନେକ ଅଭିଯୋଗ ହୋଇଥିଲା । ତାଙ୍କର ଓଡ଼ିଶାର ୧୦ଟି ସ୍ଥାନରେ ଚଢାଉ ଚାଲିଛି । ବର୍ତ୍ତମାନ ଯାଏ ୩୬ଟି ଜାଗା , ୩ଟି ପ୍ଲାଟ ଓ ଯାଜପୁର ର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଏହା ସହିତ କେନ୍ଦୁଝର ଅଫିସ , ସରକାରୀ ବାସଭବନ , ଯାଜପୁର ର କୋରେଇ ଓ ବ୍ୟାସନଗର , ଭୁବନେଶ୍ଵର , କଟକ ଓ ପୁରୀର ୧୦ଟି ଜାଗାରେ ଏକ କାଳିନ ଚଢାଉ ଚାଲିଛି ।