ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଢେଙ୍କାନାଳ ରତ୍ନବଜାରସ୍ଥିତ ୩ ମହଲା କୋଠା, ଆଉ ଏକ ୨ ମହଲା କୋଠା, କଟକ ଜିଲ୍ଲା ଆଠଗଡ଼ସ୍ଥିତ ବ୍ରଏଲର ଫାର୍ମ, ଭୁବନେଶ୍ୱରର ରସୁଲଗଡସ୍ଥିତ ଫ୍ଲାଟ, କଟକସ୍ଥିତ ପୈତୃକ ଘର, ଢେଙ୍କାନାଳସ୍ଥିତ ସମ୍ପର୍କୀୟଙ୍କ ଘର, ଢେଙ୍କାନାଳସ୍ଥିତ ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ ସହ ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଏବେ ଚଢ଼ଉ ଜାରି ରହିଛି। ଭିଜିଲାନ୍ସ ଟିମକୁ ଦେଖି ଟଏଲେଟ୍ ଫ୍ଲସ୍‌ରେ ଟଙ୍କା ଫିଙ୍ଗି ଦେଇଥିଲେ ରେଞ୍ଜର। ଫ୍ଲସ୍‌ରୁ ମଧ୍ୟ ପୁଳା ପୁଳା ଟଙ୍କା ମିଳିଛି। ଏହି ଚଢ଼ଉରେ ୭ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇ ଓ ଅନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *