ଭିଜିଲାନ୍ସ ପଞ୍ଝାରେ ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ।ଆଜି ତହସିଲଦାର ଦୈତାରୀ ମଲ୍ଲିକ ଏବଂ ତାଙ୍କ ସହଯୋଗୀ ଦୟାନିଧି ଜେନା ଜଣେ ଟ୍ରକ୍ ମାଲିକଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ । ପଥର ଗାଡ଼ି ଛାଡ଼ିବାକୁ ନେଇ ଅଫିସ୍‌ ଭିତରେ ନେଉଥିଲେ ଲାଞ୍ଚ ତହସିଲଦାର ।

ଉଭୟଙ୍କ ନିକଟରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଗିରଫ ପରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲଦାର ଦୈତାରୀ ମଲ୍ଲିକଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ସୂଚନା ମୁତାବିକ, ତହସିଲଦାର ମଲ୍ଲିକ ଗତ ୧୧ ଫେବୃଆରୀରୁ ପଥର ବୋଝେଇ ୫ଟି ଟ୍ରକକୁ ଅଟକ ରଖିଥିଲେ। ଏହି ଟ୍ରକ୍‌ଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର ନ କରିବା ଏବଂ ମୋଟା ଅଙ୍କର ଜୋରିମାନାରୁ ବଞ୍ଚାଇବା ପାଇଁ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟ୍ରକ୍ ମାଲିକ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ, ମୂଲଚାଲ ପରେଏହା ୪୦ ହଜାର ଟଙ୍କାକୁ କମାଯାଇଥିଲା। ଏ ନେଇ ଟ୍ରକ୍ ମାଲିକ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ତେବେ ତହସିଲଦାର ନିଜ ସହଯୋଗୀଙ୍କ ଜରିଆରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଉଭୟଙ୍କୁ ଧରିଥିଲା।

Leave a Reply

Your email address will not be published. Required fields are marked *