ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ କନ୍ଧମାଳ, ବାଲିଗୁଡ଼ାର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଉପରେ ଭିଜିଲାନ୍ସ ଟିମ୍ ଆଜି ଏକାଳୀନ ଚଢ଼ାଉ କରିଛି । ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଅନୁଯାୟୀ ଦୁଇ ଜଣ ଅତିରିକ୍ତ ଏସ୍ପି, ପାଞ୍ଚ ଜଣ ଡିଏସ୍ପି, ଛଅ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଟିମ୍ ଏହି ରେଡ୍ କରୁଛନ୍ତି । ମୋଟ୍ ୯ଟି ସ୍ଥାନରେ ଏହି ରେଡ୍ ଜାରି ରହିଛି । ଭିଜିଲାନ୍ସ ସୂଚନା ଅନୁଯାୟୀ, ବେହେରାଙ୍କ ଭୁବନେଶ୍ବରସ୍ଥିତ ୪ଟି ଘର ସମେତ ମୋଟ୍ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି । ଯାଜପୁର ଧର୍ମଶାଳାରେ ପୈତୃକ ଜମିରେ ଥିବା ଏକ ଦୁଇ ମହଲା କୋଠା, ବାରିପଦା ସହରରେ ଥିବା ଦୁଇ ସମ୍ପର୍କୀୟଙ୍କ ଘର ଏବଂ ବାଲିଗୁଡ଼ାରେ ଆଇଟିଡିଏ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଛି । Post navigation Rice Milling Charges Hike: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର Bhubaneswar Sizzles as Heat Index Hits 47°C, Morning Humidity at 87%