ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର୍‌ ସରିତା ବାରିକ ଗିରଫ। ଗତକାଲି ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ଭୁବନେଶ୍ୱର-IV ସର୍କଲର ସହକାରୀ ରାଜ୍ୟ ଟିକସ କମିଶନର ସରିତା ବାରିକ। ଗତକାଲି ଟିକସ ଛାଡ ପାଇଁ ବେକରୀ ସପ୍ ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ଏହା ପରେ ରେଡ୍‌ ବେଳେ ତାଙ୍କ ଘରୁ ମିଳିଲା ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା ସହ ୬୦ ଲକ୍ଷର ଡିପୋଜିଟ୍ ଓ ୨୨୨ ଗ୍ରାମ ସୁନା ଗହଣା ।

ସୂଚନା ଯୋଗ୍ୟ; ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଟିକସ ଅବଧି ପାଇଁ ITC (ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍) ପ୍ରତ୍ୟାହାର ଏବଂ ଜରିମାନା ଏବଂ ଜରିମାନା ଛାଡ଼ ପାଇଁ ଖାଦ୍ୟ ଉତ୍ପାଦ କାରବାର କରୁଥିବା ଜଣେ ବେକେରୀ ଦୋକାନର ମାଲିକଙ୍କ ଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସରିତା ବାରିକଙ୍କୁ ଧରିଥିଲା ଭିଜିଲାନ୍ସ । ଆଜି ତାଙ୍କୁ ଗିରଫ କରାଯାଇଛି।ସମସ୍ତ ଲାଞ୍ଚ ଟଙ୍କା ବାରିକଙ୍କଠାରୁ ଉଦ୍ଧାର କରାଯାଇ ଜବତ କରାଯାଇଛି। ଲାଞ୍ଚ ଟଙ୍କା ଜବତ ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ବାରିକଙ୍କ ତିନୋଟି ସ୍ଥାନରେ ଚଢାଉ କରାଯାଇଥିଲା ।

Leave a Reply

Your email address will not be published. Required fields are marked *