ନୂଆପଡ଼ା ଏମଭିଆଇ ବିଜୟ ବେହୁରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ । ୧ ଲକ୍ଷ ୩୨ ହଜାର ଟଙ୍କା ଜବତ ମାମଲାରେ ଭିଜିଲାନ୍ସ ଗିରଫ କରିଛି। ଶନିବାର ବିଜୟଙ୍କ ଗାଡ଼ିରୁ ଟଙ୍କା ଜବତ ହୋଇଥିଲା। ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ମେଡିକାଲ ଛକରେ ଭିଜିଲାନ୍ସ ଟିମ ଧରିଥିଲା । ଏହି ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ କରାଯାଇଥିବା ବେଳେ ଟଙ୍କାକୁ ନେଇ ବିଜୟ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ।

ଏହାପରେ ବିଜୟଙ୍କ ୫ଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଏମଭିଆଇଙ୍କ ନୂଆପଡ଼ା ଅଫିସ୍‌ ଓ ଭଡ଼ା ଘର, ଯାଜପୁରରେ ପୈତୃକ ଘର ସମେତ ଭୁବନେଶ୍ବର ଶୈଳଶ୍ରୀବିହା ସ୍ଥିତ ୨ଟି ଫ୍ଲାଟ୍‌ରେ ଭିଜିଲାନ୍ସ ଚଢ଼ଉ କରିଛି।

Leave a Reply

Your email address will not be published. Required fields are marked *