ପୁଣି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ଭିଡିଓ ଭାଇରାଲ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଏବେ ଭାଇରାଲ୍ ହୋଇଛି । ଏହା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । କଟକଣା ସତ୍ତ୍ୱେ କଡା ସୁରକ୍ଷା ଭିତରେ ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ମୋବାଇଲ ଧରି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପୁ ଥିବାର ଭିଡିଓ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଆନନ୍ଦ ବଜାର ,ଚାହାଣି ମଣ୍ଡପ ନିକଟରେ ସେହି ବ୍ୟକ୍ତି ମୋବାଇଲ ଧରି ଗପୁଥିବାର ଭିଡିଓ ଭାଇରଲ ହୋଇଛି । ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ କିଏ ଉଠାଇଲା ତାହା ସ୍ପଷ୍ଟ ହୋଇନି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି । କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେଇ ପ୍ରବେଶ କଲେ ତାଙ୍କୁ ଜରିମାନା ଆଦାୟ ନିୟମ ରହିଛି। ତେବେ ଅନେକ ସମୟରେ ବ୍ୟକ୍ତିମାନ ମୋବାଇଲ ଶ୍ରୀମନ୍ଦିରକୁ ନେଇ କଥାହେବା ସହ ଫଟୋ ଭିଡିଓ ଉତ୍ତୋଳନ କରୁଛନ୍ତି। Post navigation Massive Fire Guts Ethanol Factory: ସୁବର୍ଣ୍ଣପୁରରେ ଇଥାନଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ Na Tala And Rajiv Bhavan Will Be Demolished: ରାଜୀବ ଭବନ ବିପଦସଙ୍କୁଳ ବୋଲି ସାର୍ଟିଫିକେଟ ଦେଇଛି କିଏ ?