ଆସନ୍ତାକାଲି କଟକ ବନ୍ଦ । ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣାକୁ ନେଇ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଲା ବିଶ୍ୱ ହିନ୍ଦୁ ପରିଷଦ । ଗଣ୍ଡଗୋଳ ଘଟଣାରେ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରି ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ଏହା ସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି ।

ସୂଚନା ଯୋଗ୍ୟ; ୨୦୧୪ ପରଠାରୁ ବିଭିନ୍ନ ରାଜ୍ୟରେ ବିଶେଷ କରି ଭାଜପା ଶାସିତ ରାଜ୍ୟରେ ହିନ୍ଦୁ-ମୁସଲିମ ଦଙ୍ଗା ଉସୁକାଇବାର ଚେଷ୍ଟା ଜାରି ରହିଛି । ଉତ୍ତର ପ୍ରଦେଶଠାରୁ ଆରମ୍ଭ କରି ବିହାରରେ ଏଭଳି ଦଙ୍ଗା ଘଟଣା ସାମ୍ନାକୁ ଆସିଛି । ଏବେ ଓଡ଼ିଶାରେ ଭାଜପା ସରକାର । ତେଣୁ ଠିକ୍ ସେଇ ଧାରାରେ ଅସ୍ଥିରତାର ମାହୋଲ ସୃଷ୍ଟି ପାଇଁ କିଛି ରାଜନୈତିକ ନେତୃତ୍ବଙ୍କ ପ୍ରୋତ୍ସାହନରେ ଆରମ୍ଭ ହୋଇଛି ଉଦ୍ୟମ । ଆଉ ଟାର୍ଗେଟ ଥିଲା ଭାଇଚାରାର ସହର କଟକ । କଡ଼ା ସୁରକ୍ଷା ଭିତରେ ମଧ୍ୟ ଭସାଣି ସମୟରେ ଯେତେବେଳେ ମା’ ଦୁର୍ଗାଙ୍କ ମେଢ଼ ମୁସଲମାନ ବସ୍ତି ଦେଇ ଅତିକ୍ରମ କରୁଥିଲା ସେଇ ସମୟରେ ଶୋଭାଯାତ୍ରା ଉପରକୁ ହୋଇଥିଲା ପଥର ମାଡ଼। ଏହାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା।

ଏଥିରେ ଡିସିପିଙ୍କ ସମେତ ୯ ଜଣ ଆହତ ହୋଇଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା। ଗଣ୍ଡଗୋଳ ଉଗ୍ରରୂପ ନେବାରୁ ୫ ଘଣ୍ଟା ଧରି ମେଢ଼ ଭସାଣି ଶୋଭାଯାତ୍ରା ବନ୍ଦ ରହିଥିଲା । ସଂଘର୍ଷକୁ ଅଟକାଇବା ପାଇଁ ସେଣ୍ଟ୍ରାଲ ଆର୍ମ ଫୋର୍ସ ଓ ସିଏଆରପିଏଫ ଯବାନ ଓ କଟକର ବରିଷ୍ଟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଗୋଷ୍ଠୀ ସଂଘର୍ଷରେ ଅନେକ ଯୁବକ ଆହତ ହୋଇଥିଲା ବେଳେ ବ୍ୟାପକ ଭଙ୍ଗାରୁଜା ମଧ୍ୟ ହୋଇଛି। ହେଲେ ପରିସ୍ଥିତିକୁ ପୁଲିସ ନିୟନ୍ତ୍ରଣ କରିଥିଲେ ମଧ୍ୟ ଭାଇଚାରା ସହରରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସୂଚାଇ ଦେଉଛି ଯେ ଆଗାମୀ ଦିନରେ ମଧ୍ଯ ଭାଜପା ସରକାରକୁ ବଦନାମ କରିବା ପାଇଁ ଏଭଳି ଉଦ୍ୟମ ଜାରି ରଖିପାରନ୍ତି ।

ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଘଟିଛି ଅଘଟଣ। ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ହାତୀପୋଖରୀ ଅତିକ୍ରମ କରୁଥିବା ବେଳେ ହଠାତ୍ ଛାତ ଉପରୁ ପଥର ମାଡ଼ ହୋଇଥିଲା। ମୁସଲମାନ ବସ୍ତି ଭିତରୁ ଟେକାପଥର ମାଡ଼ ପରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ ରାଉସପାଟଣା ଦୁର୍ଗା-କାଳୀ ମେଢ଼ ଏହି ସ୍ଥାନ ଦେଇ ଅତିକ୍ରମ କରିଥିଲା ବେଳେ ଛୋଟ ଧରଣର ଉତ୍ତେଜନା ସୃଷ୍ଟି ହୋଇଥିଲା । ମାତ୍ର ଝାଞ୍ଜିରିମଙ୍ଗଳା ମେଢ଼ ସମୟରେ ଏହା ବଢ଼ିଥିଲା । ପରେ ଏହା ବ୍ୟାପକ ରୂପ ନେଇଥିଲା । ଟେକାପଥର ମାଡ଼ରେ ଡିସିପିଙ୍କ ସମେତ ୬ ଆହତ ହୋଇଛନ୍ତି । ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତା ସୋମବାର କଟକ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ପୁଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *