ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଆଇୟିୟୁରେ ଚିକିତ୍ସାଧୀନ ଅଛନ୍ତି । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଗୁରଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯିବା ନେଇ ପୁଅ ବାବୁସାନ ସୂଚନା ଦେଇଛନ୍ତି । ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ ରୋଗରେ ପୀଡିତ ଥିବା ନେଇ ସୂଚନା ମିଳିଛି । କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ମନୋଜ ସାହୁଙ୍କ କହିବା ଅନୁସାରେ ୩ ଦିନ ଧରି ଉତ୍ତମ ମହାନ୍ତି କିମ୍ସରେ ଆଡ଼ମିଶନ ହୋଇଛନ୍ତି । Post navigation ଦିଲ୍ଲୀରେ ବିଜୟ ପରେ ବୈଜୟନ୍ତ ଧନ୍ୟବାଦର ପାତ୍ର ବୋଲି କହିଲେ ମନମୋହନ ଫେବୃଆରୀ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି