ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା ୨୦୨୫ ଆସନ୍ତା କାଲିଠାରୁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି। ୨୮ ଓ ୨୯ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଭାରତର ବହୁ ବଡ଼ ବଡ଼ ଶିଳ୍ପସଂସ୍ଥାର ପ୍ରତିନିଧି ଏଥିରେ ଯୋଗ ଦେବେ। ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା-୨୦୨୫’ରେ ଯୋଗ ଦେବା ପାଇଁ ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏହି ସମାରୋହରେ ୧୬ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗଦେବେ। ସିଆଇଆଇ ପକ୍ଷରୁ ୫ଟି ସେସନ ଅନୁଷ୍ଠିତ ହେବ। ଏଥିରେ ୨ଶହ ସିଆଇଆଇ କାଉନସିଲ ମେମ୍ବର ଉପସ୍ଥିତ ରହିବେ। ୨୮ରେ ସକାଳ ୧୦ଟାରେ ଉତ୍କର୍ଷ ଓଡିଶା ମେକ ଇନ ଓଡ଼ିଶା କନକ୍ଲେଭର ଉଦଘାଟନ ହେବ। ଫର୍ଚ୍ୟୁନ୍-୫୦୦ ତାଲିକାରେ ସାମିଲ ୧୦୦ କମ୍ପାନୀର ପ୍ରତିନିଧି ଏହି କନକ୍ଲେଭରେ ସାମିଲ ହେବେ । ଏଥର କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନଶିଳ୍ପ, କେମିକାଲସ୍ ଓ ଫୁଡ ପ୍ରୋସେସିଂ ଭଳି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ହୋଇଛି । ଷ୍ଟାର୍ଟ ଅପ୍ ଓଡିଶା, ସ୍କିଲଡ୍ ଇନ ଓଡିଶା, ୱିମେନ୍ ଏଣ୍ଟରପ୍ରିନ୍ୟୁର, MSME ଆଦି ଉପରେ ସେମିନାର ଆୟୋଜିତ ହେବ । ବଡ ବଡ କମ୍ପାନୀର CEO ମାନଙ୍କର ଗୋଲ ଟେବୁଲ ବୈଠକ, ମହିଳା ଉଦ୍ୟୋଗୀଙ୍କ ବୈଠକ ଆୟୋଜିତ ହେବାର କାର୍ଯ୍ୟକ୍ରମ ବି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ। ପ୍ରାୟ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ ଉଦଘାଟନ କାର୍ଯ୍ୟକ୍ରମ। ଅପରାହ୍ଣରେ ଶିଳ୍ପପତିଙ୍କୁ ନେଇ ୫ଟି କ୍ଷେତ୍ର ନେଇ ସେସନରେ ଆଲୋଚନା ହେବ। ପରେ ଜନତା ମୈଦାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ୨୯ ତାରିଖରେ ମଧ୍ୟ ସକାଳେ ୫ଟି ସେସନ ଓ ଅପରାହ୍ଣରେ ୫ଟି ସେସନରେ ଆଲୋଚନା ହେବ। ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମ୍ବର୍ଦ୍ଧିତ ହେବେ ରାଜ୍ୟର MSME ଉଦ୍ୟୋଗୀ । ୨୯ ତାରିଖ ଉଦଯାପନୀ ଉତ୍ସବରେ ପ୍ରତି ଜିଲ୍ଲାରୁ ଦୁଇ ଜଣେ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଜାନୁଆରୀ ୩୦ରେ ପ୍ରଦର୍ଶନୀ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ସିନେମା ଓ ଗଣମାଧ୍ୟମ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା, ଅନୁ କ୍ଷୁଦ୍ର ଶିଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବ। Post navigation ରାଜ୍ୟରେ କଲବଲ କରୁଛି ଘନ କୁହୁଡି; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ୪ ଜଣଙ୍କୁ ଅପହରଣ ଓ ନିର୍ଯ୍ୟାତନା; ଚିକିଟିରୁ ଉଦ୍ଧାର କଲା ପୋଲିସ