ଆଜି ବାଲେଶ୍ଵରରେ ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। କେନ୍ଦ୍ର ରେଳ ମନ୍ତ୍ରୀ ୪ଦିନିଆ ଓଡିଶା ଗସ୍ତରେ ଆସି ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ଚାଲି ଚାଲି ସଦମହକୁମାର ଏକ ନମ୍ବର ୱାର୍ଡରେ ସେ ପ୍ରଚାର କରିଛନ୍ତି। ଚାଲିଚାଲି ଗଳି ଗଳି ବୁଲି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ରେଳ ମନ୍ତ୍ରୀଙ୍କୁ ପାଖରେ ପାଇ ଲୋକେ ମଧ୍ୟ ବେଶ୍ ଉତ୍ସାହିତ ହୋଇ ଫୁଲଚନ୍ଦନ ଦେଇ ବନ୍ଦାପନା କରି ସ୍ଵାଗତ କରିଛନ୍ତି ତ କିଏ ସର୍ବତ ପିଇବାକୁ ଦେଉଥିବା ଦେଖିବାକୁ ମିଳିଛି। ସାଥିରେ ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ରହିଛନ୍ତି।

Leave a Reply

Your email address will not be published. Required fields are marked *