ରାଜ୍ୟରେ ସୁଭଦ୍ରା ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଥିବାବେଳେ ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏନେଇ ଏସ୍‌ଓପି ଜାରି କରିଛନ୍ତି। ରାଜ୍ୟରେ ବହୁତ୍ ଜଲ୍ଦୀ ଲାଗୁ ହେବାକୁଥିବା ସୁଭଦ୍ରା ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସୋସିଆଲ ମିଡ଼ିଆରେ ଟ୍ବିଟ୍ କରି ଲେଖିଛନ୍ତି ଓଡ଼ିଶାର ନାରୀଶକ୍ତିଙ୍କ ହାତମୁଠା ହେବ ଅଧିକ ମଜଭୂତ୍ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାର ସବୁବେଳେ ଅନ୍ତ୍ୟୋଦୟ ଯୋଜନାରେ ନାରୀଶକ୍ତିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ସୁଭଦ୍ରା ଯୋଜନା’କୁ କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତିକୁ ମୁଁ ସ୍ୱାଗତ କରୁଛି ।

 

କେନ୍ଦ୍ରମନ୍ତ୍ରୀ ଆଉ ମଧ୍ଯଲେଖିଛନ୍ତି ‘ସୁଭଦ୍ରା ଯୋଜନା’ରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ତଥା ମୋଟ ୫ ବର୍ଷରେ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୫୦ ହାଜର ଟଙ୍କା ପ୍ରଦାନ କରାଯିବ । ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ହିତାଧିକାରୀଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ଦିଆଯିବ । ଏହି ନିଷ୍ପତି ଦ୍ୱାରା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମା’ ଭଉଣୀମାନେ ଉପକୃତ ହେବେ । ମହିଳା ମାନଙ୍କ ଆଶା ଓ ଭରସାକୁ ପୂରଣ କରିବା ପାଇଁ ଓଡ଼ିଶା ସରକାରଙ୍କ ଏହା ଏକ ଜନକଲ୍ୟାଣକାରୀ ପଦକ୍ଷେପ ।

Leave a Reply

Your email address will not be published. Required fields are marked *