କେନ୍ଦ୍ରରେ ପୁଣିଥରେ କ୍ଷମତାକୁ ଆସିଛି ମୋଦୀ ସରକାର । ଆଉ ୩ୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ହେବ ମୋଦୀ ସରକାରର ପ୍ରଥମ ବଜେଟ୍ । ଏହି ଦେଶର ସାଧାରଣ ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ । ଏହି ୧୮ ତମ ଲୋକସଭାର ବଜେଟ୍ ଅଧିବେଶନ ଜୁଲାଇ ୨୨ ତାରିଖରୁ ଆରମ୍ଭ ହେଇ ଅଗଷ୍ଟ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।

ସେ କହିଛନ୍ତି ୨୨ ଜୁଲାଇରେ ସଂସଦରେ ବଜେଟ୍‌ ଅଧିବେଶନ ଉପରେ ମୋହର ଲାଗିବ। ଲୋକସଭାରେ ୨୩ ଜୁଲାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ। ଏହି ବଜେଟ୍‌ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *