କଟକରେ ଡବଲ୍ ଏନକାଉଣ୍ଟର । ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ଚୌଦ୍ୱାର ପୋଲିସ ଓ ସ୍ପେଶାଲ୍ ସ୍କ୍ବାଡ୍ । ଦୁଇ ଅଭିଯୁକ୍ତ ହେଲେ ଶୁଭ୍ରାଂଶୁ ପରିଡା ଓ କଟାଶ ରାଉତ । ବୁଧବାର ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଇଦ୍ରାଣୀ ପାଟଣାରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼ କରିଛି ପୁଲିସ । ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । କଟାସ ନାଁରେ ୧୫ ଏବଂ ଶୁଭ୍ରାଂଶୁ ନାଁରେ ୫୦ରୁ ଅଧିକ ମାମଲା ଥିବା ସୂଚନା ରହିଛି । କଟାସର ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଜୁବୁଲାର ଘର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଯୋଗ୍ୟ; ଉଭୟଙ୍କୁ ଧରିବାକୁ ଯାଇଥିବା ବେଳେ ଚୌଦ୍ୱାର ଥାନା ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସକୁ ଗୁଳିମାଡ଼ କରିଥିଲେ ଅଭିଯୁକ୍ତ । ପୋଲିସର ପାଲଟା ଗୁଳିରେ ଉଭୟ ଆହାତ ହୋଇଥିବା ସୂଚନା ରହିଛି ।ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ଆହାତ ଦୁଇ ଅଭିଯୁକ୍ତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । Post navigation ରାଜ୍ୟବ୍ୟାପୀ ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ