ଅଙ୍ଗନବାଡ଼ି ନାଁରେ ଆସିଲା ସାଂଘାତିକ ଅଭିଯୋଗ। ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଛତୁଆ ଖାଇ ୨ ନାବାଳିକା ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ଦୁଇ ଭଉଣୀ ହେଲେ ତୁଳସୀ ବଡମୁଣ୍ଡି(୬) ଏବଂ ଗୁଣବତୀ ବଡମୁଣ୍ଡି (୩) । ଗୁରୁତର ବାପା ଅର୍ଜୁନ ଓ ବଡ଼ ଝିଅ ସୁମିତ୍ରାଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ରାମଗିରି ଗାଁରେ। ସୂଚନା ଯୋଗ୍ୟ; ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ରାମଗିରି ଗାଁରେ ଗୁରିବାର ଦିନ ଅଙ୍ଗନବାଡିରୁ ଛତୁଆ ଆଣିଥିଲେ ପରିବାର ଲୋକେ। ଏବଂ ଗତକାଲି ଅପରାହ୍ନରେ ସମସ୍ତେ ମିଶି ଛତୁଆ ଖାଇଥିଲେ। ବାପାଙ୍କ ସମେତ ୩ ଜଣ ଝିଅ ଛତୁଆ ଖାଇବାପରେ ଅସୁସ୍ଥ ହୋଇ ପଡିଥିଲେ। ପରେ ହସ୍ପିଟାଲରେ ପହଞ୍ଚିବା ପରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ, ଆଉ ଜଣଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏବେବି ବାପା ଓ ବଡ଼ ଝିଅ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। Post navigation ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆ ନିଲମ୍ୱିତ ଆଜି ନୂଆ ବିଦ୍ୟୁତ୍ ଟାରିଫ୍ ଘୋଷଣା